ମୁମ୍ବାଇ: ଟେଲିଭିଜନ୍ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ସୋମବାର ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ତାଙ୍କ କୋଳରେ ଦୁଇ ଜଣ ଶିଶୁ ଥିବା ବେଳେ ସେ ବହୁତ ଖୁସି ଦେଖାଯାଉଛନ୍ତି।
ଫଟୋଟିକୁ ପୋଷ୍ଟ କରି ଅଙ୍କିତା ଲୋଖଣ୍ଡେ ଲେଖିଛନ୍ତି- ଆମ ପରିବାର ଖୁସିରେ ନାଚୁଛି। ଏକ ନୂଆ ଜୀବନ ଆରମ୍ଭ ହୋଇଛି।
ସେ ଆହୁରି ଲେଖିଛନ୍ତି, ଏହି ଯାଆଁଳା ଶିଶୁ ଆସିବା ପରେ ଆମ ପରିସର ବଢ଼ିଛି। ଅବୀର ଓ ଅବୀରାଙ୍କୁ ସ୍ୱାଗତ।
ତେବେ ଏହି ଛୁଆ ଦୁଇଟିର ବାପାମା’ କିଏ, ସେ ବିଷୟରେ ଅଙ୍କିତା କିଛି ଲେଖିନାହାନ୍ତି। କିନ୍ତୁ ସେ ଏହି ପୋଷ୍ଟରେ ତାଙ୍କ ବୟଫ୍ରେଣ୍ଡ ଭିକି ଜୈନ୍, ଅଭିଷେକ ଶ୍ରୀବାସ୍ତବ, ବର୍ଷା ଜୈନ ଓ ରେଶୁ ଜୈନଙ୍କୁ ଟ୍ୟାଗ୍ କରିଛନ୍ତି।
ଏହି ପୋଷ୍ଟ କରିବା ପରେ ଅଙ୍କିତା ଲୋଖଣ୍ଡେଙ୍କୁ ବହୁତ ଶୁଭେଚ୍ଛା ବାର୍ତ୍ତା ଆସିଛି। ଟେଲିଭିଜନ ଅଭିନେତା କରନ ପଟେଲ ଓ କରନବୀର ବୋହରାଙ୍କ ସମେତ ବହୁ କଳାକାର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଭିକି ଜୈନଙ୍କୁ ଅଙ୍କିତା ଡେଟ୍ କରୁଛନ୍ତି। ଅଙ୍କିତା ବହୁ ସମୟରେ ଭିକ୍ ଜୈନଙ୍କ ଫଟୋକୁ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେଆର କରୁଛନ୍ତି।
ଏକ ସାକ୍ଷାତକାରରେ ଅଙ୍କିତା କହିଥିଲେ ଯେ ଭିକି ଜଣେ ଭଲ ମଣିଷ। ସେ ବିଳାସପୁରର। ସେ ଜଣେ ବ୍ୟବସାୟୀ।
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସହିତ ବି ଛିଡ଼ା ହୋଇଛନ୍ତି ଅଙ୍କିତା ଲୋଖଣ୍ଡେ। ସେ ‘ପବିତ୍ର ରିସ୍ତା’ରେ ସୁଶାନ୍ତଙ୍କ ସହିତ ଅଭିନୟ କରିଥିଲେ। ସୁଶାନ୍ତ ଓ ଅଙ୍କିତା ପରସ୍ପରକୁ ଡେଟ୍ କରୁଥିଲେ ଓ ଦୁହେଁ ଛଅ ବର୍ଷ ଧରି ଏକାଠି ରହୁଥିଲେ। କିନ୍ତୁ ୨୦୧୬ରେ ସେମାନେ ଅଲଗା ହୋଇଯାଇଥିଲେ।
The post ଅଙ୍କିତା ବହୁତ ଖୁସି appeared first on Odisha Reporter.
from Odisha Reporter https://ift.tt/3irAHUc
No comments:
Post a Comment