ଚେନ୍ନାଇ: ଭାରତୀୟ କ୍ରିକେଟ୍ ଟିମ୍ର ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଗିରଫ କରିବା ପାଇଁ ମାଡ୍ରାସ ହାଇକୋର୍ଟରେ ଏକ ପିଟିସନ୍ ଦାଖଲ କରାଯାଇଛି। ଅନ୍ଲାଇନ୍ ଜୁଆ ଖେଳକୁ ସେମାନେ ପ୍ରୋତ୍ସାହିତ କରୁଥିବାରୁ ଅନେକ ନିରୀହ ଜୀବନ ଅକାଳରେ ଝଡ଼ିପଡୁଥିବା ଅଭିଯୋଗ ହୋଇଛି।
ଚେନ୍ନାଇର ଜଣେ ଆଇନଜୀବୀ ତଥା ସାମାଜିକ କର୍ମୀ ଏ.ପି ସୂର୍ଯ୍ୟପ୍ରକାଶମ୍ ଏହି ପିଟିସନ୍ ଦାଖଲ କରିଛନ୍ତି। ଅନ୍ଲାଇନ୍ ଜୁଆକୁ ବ୍ୟାନ୍ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ସବୁ ପ୍ରକାର ଅନ୍ଲାଇନ୍ ଜୁଆ ୱେବ୍ସାଇଟ୍ ଓ ଆପ୍ସକୁ ବନ୍ଦ କରିବାକୁ ସେ ଅନୁରୋଧ କରିଛନ୍ତି। ଏହା ହଜାର ହଜାର ଯୁବକଯୁବତୀଙ୍କ ଜୀବନକୁ ନଷ୍ଟ କରି ଦେଉଥିବା ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ଯୁବକଯୁବତୀମାନେ ଅନ୍ଲାଇନ୍ ଜୁଆ ଖେଳ ଅଭ୍ୟାସରେ ପଡୁଛନ୍ତି। ଅନ୍ଲାଇନ୍ ଜୁଆ ଖେଳ ଚଲାଇଥିବା କମ୍ପାନୀ ଗୁଡ଼ିକ ବିରାଟ ଓ ତମନ୍ନାଙ୍କ ଭଳି ସେଲେବ୍ରିଟିମାନଙ୍କ ଜରି଼ଆରେ ଯୁବକଯୁବତୀଙ୍କ ବ୍ରେନ୍ ୱାଶ୍ କରୁଛନ୍ତି। ସେମାନଙ୍କ ଭଳି ଷ୍ଟାରମାନେ ଏଭଳି ୱେବ୍ସାଇଟ୍ ଓ ଆପ୍ସର ପ୍ରୋମୋସନ୍ କରୁଛନ୍ତି, ଯାହା ଏକ ଅପରାଧ।
ଅଗଷ୍ଟ ୪ ତାରିଖ ଅର୍ଥାତ୍ ମଙ୍ଗଳବାର ଦିନ କୋର୍ଟ ଏହି ମାମଲାର ଶୁଣାଣି କରିବେ।
The post ବିରାଟ କୋହଲି ଓ ତମନ୍ନା ଭାଟିଆଙ୍କ ବିରୋଧରେ କୋର୍ଟରେ ଅଭିଯୋଗ, ଗିରଫ କରିବାକୁ ଦାବି appeared first on Odisha Reporter.
from Odisha Reporter https://ift.tt/318KjMx
No comments:
Post a Comment