କୋରାପୁଟ (ସୂର୍ଯ୍ୟ ପଣ୍ଡା): କୋରାପୁଟ ଜିଲ୍ଲାରେ ଗତକାଲି ମଧ୍ୟରାତ୍ରରୁ ଲକ୍ଡାଉନ୍ ନିର୍ଦ୍ଦେଶ ଲାଗୁ ହୋଇଯାଇଛି। ଏହା ଆସନ୍ତା ୧୪ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ। ସେହିଦିନ ପର୍ଯ୍ୟନ୍ତ ଲକ୍ଡାଉନ୍ ବେଳର ସମସ୍ତ କଟକଣାକୁ ଲୋକଙ୍କୁ ମାନିବାକୁ ପଡ଼ିବ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି।
ଲକ୍ଡାଉନ୍ ସମୟରେ ଅତ୍ୟାବଶ୍ୟକ ସେବା ଗୁଡ଼ିକ ଜାରି ରହିବ। ତେବେ ସମସ୍ତ ପ୍ରକାର ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହା ଅନୁଯାୟୀ, ପରିବା, ଗ୍ରୋସେରୀ, ଫଳ, ଦୁଗ୍ଧ, ମାଛ, ମାଂସ, ଅଣ୍ଡା, ବୈଦ୍ୟୁତିକ ଉପକରଣ, ସିମେଣ୍ଟ, ରଡ୍, ଟାଇଲ୍, ଗ୍ୟାରେଜ, ବାସନକୁସନ, ପୋଷାକପତ୍ର, ଗହଣା, କସ୍ମେଟିକ୍, ଗାଡ଼ି ଶୋ’ରୁମ୍, ସାଇକେଲ୍, ଜୋତା, ବ୍ୟାଗ୍, ଘଣ୍ଟା, ଗିଫ୍ଟ ଆଇଟମ୍, ପୂଜା ସାମଗ୍ରୀ ଓ ସାଲୁନ୍ ଆଦି ସପ୍ତାହରେ ମାତ୍ର ୩ ଦିନ ଖୋଲା ରହିବ। କେବଳ ସୋମବାର, ବୁଧବାର ଓ ଶୁକ୍ରବାର ଦିନ ଏହି ସବୁ ଦୋକାନ ଗୁଡ଼ିକ ସକାଳ ୭ଟାରୁ ଦିନ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ।
ଏହି ନିର୍ଦ୍ଦେଶ ଅନୁଯାୟୀ ଶପିଂ ମଲ୍ ବି ଖୋଲା ଯାଇପାରିବ। କିନ୍ତୁ ଏକ ସମୟରେ ତା’ ଭିତରେ ୧୦ରୁ ଅଧିକ ଗ୍ରାହକ ରହି ପାରିବେ ନାହିଁ।
ଦିନକୁ ଦିନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ ପ୍ରଶାସନ ଏହି ପଦକ୍ଷେପ ନେଇଛି। ଗତକାଲି ଜିଲ୍ଲାରେ ୪୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରେ ୨୪ ପୁରୁଷ ଓ ୨୨ ମହିଳା ଥିଲେ।
The post ୧୪ ତାରିଖ ଯାଏ ଏହି ଜିଲ୍ଲାରେ ଲକ୍ଡାଉନ୍ appeared first on Odisha Reporter.
from Odisha Reporter https://ift.tt/3grNKoc
No comments:
Post a Comment