ସୋର(ଶଶିକାନ୍ତ ବେହେରା): ଯୁବକଙ୍କ କଟୁରୀ ଚୋଟରେ ଦୁଇ ଖଣ୍ଡ ହୋଇଗଲା ୨ ମାସ ଶିଶୁର ହାତ । ଏଭଳି ଜଘନ୍ୟ ଘଟଣା ଘଟିଛି ବାଲେଶ୍ୱର ଔପଦା ଥାନା ପାଇକିପଡ଼ା ଗାଁରେ ।
ଏହି ଗାଁର ପଙ୍କଜ ନାଇକି ଗତକାଲି ରାତିରେ ନିଜ ୨ ମାସ ଝିଅ ସହ ଘରେ ବସିଥିଲେ । ଏହି ସମୟରେ ପଡ଼ୋଶୀ ଗଣେଶ ନାଇକୀ ନିଶାସକ୍ତ ଅବସ୍ଥାର ଏକ କଟୁରୀ ଧରି ସେଠାରେ ପହଞ୍ଚିଥିଲେ। କୌଣସି କାରଣରୁ ନେଇ ପଙ୍କଜଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା।
ଏଥିରେ ଉତ୍ତ୍ୟକ୍ତ ହୋଇ ଗଣେଷ ପଙ୍କଜଙ୍କୁ ଆକ୍ରମଣ କରିବାରୁ ପଙ୍କଜଙ୍କ ହାତ ଅଧା ହାଣି ହୋଇଯାଇଛି। ଏହି ଆକ୍ରମଣରେ ପଙ୍କଜଙ୍କ ୨ ମାସର ଝିଅର ହାତଟି ସମ୍ପୂର୍ଣ୍ଣ ଅଲଗା ହୋଇଯାଇଛି। ଗୁରୁତର ବାପ-ଝିଅଙ୍କୁ ପ୍ରଥମେ ଖଇରା ଓ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ସେପଟେ ଅଭିଯୁକ୍ତ ଫେରାର ହୋଇଯାଇଛି।
The post ଯୁବକଙ୍କ କଟୁରୀ ଚୋଟରେ ଶିଶୁର ହାତ ଦୁଇ ଖଣ୍ଡ appeared first on Odisha Reporter.
from Odisha Reporter https://ift.tt/3iy2Nx7
No comments:
Post a Comment