ସୋଶାଲ ମିଡିଆ ପୋଷ୍ଟକୁ ନେଇ ବେଙ୍ଗାଲୁରୁରେ ହିଂସା ; ୨ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 11, 2020

ସୋଶାଲ ମିଡିଆ ପୋଷ୍ଟକୁ ନେଇ ବେଙ୍ଗାଲୁରୁରେ ହିଂସା ; ୨ ମୃତ

ବେଙ୍ଗାଲୁରୁ: ସୋଶାଲ ମିଡିଆରେ ଜଣେ ବିଧାୟକଙ୍କ ପୁତୁରା କରିଥିବା ଏକ ପୋଷ୍ଟକୁ ନେଇ ବେଙ୍ଗାଲୁରୁରେ ବ୍ୟାପକ ହିଂସାକାଣ୍ଡ ଘଟି ଯାଇଛି। ଏଥିରେ ୨ ସାଧାରଣ ଲୋକଙ୍କ  ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଅପରପକ୍ଷେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଜଣେ ଆଡିସନାଲ ପୁଲିସ୍‌ କମିଶନରଙ୍କ ସମେତ ୬୦ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି।

ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ବେଙ୍ଗାଲୁରୁରେ ୧୪୪ ଧାରା ଲାଗୁ କରାଯାଇଛି।  ଡିଜେ ହାଲି ଓ କେଜି ହାଲି ପୁଲିସ୍‌ ଷ୍ଟେସନ ଆଖପାଖ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି। ଏହି ଘଟଣାରେ ପୁଲିସ୍‌ ସମ୍ପୃକ୍ତ ବିଧାୟକଙ୍କ ପୁତୁରାଙ୍କ ସମେତ ୩୦ ଜଣଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ,  କର୍ଣ୍ଣାଟକର କଂଗ୍ରେସ ବିଧାୟକ ଶ୍ରୀନିବାସ ମୂର୍ତ୍ତୀଙ୍କ ପୁତୁରା ସୋଶାଲ ମିଡିଆରେ କରିଥିବା ଏକ ପୋଷ୍ଟକୁ ନେଇ ଏହି ଉତ୍ତେଜନା ଆରମ୍ଭ ହୋଇଛି। ଗୋଟିଏ ଗୋଷ୍ଠୀ ଏହି ପୋଷ୍ଟକୁ ବିରୋଧ କରିବା ସହ ଏହାକୁ ନେଇ ଥାନାରେ ଏତଲା ଦେଇଥିଲେ । ଏହାପରେ ମଙ୍ଗଳବାର ବିଳମ୍ବିତ ରାତିରେ ବିଧାୟକଙ୍କ ଘର ଉପରକୁ ଟେକା ପଥର ମାଡ଼ ହୋଇଥିଲା। ଉତ୍ତ୍ୟକ୍ତ ଲୋକମାନେ ଡିଜେ ହାଲି ଓ କେଜି ହାଲି ପୁଲିସ୍‌ ଷ୍ଟେସନ ଉପରକୁ ଟେକାପଥର ମାଡ କରିଛନ୍ତି । ଆକ୍ରମଣରେ ଜଣେ ଆଡିସନାଲ ପୁଲିସ୍‌ କମିଶନରଙ୍କ ସମେତ ୬୦ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବାକୁ ପୁଲିସ୍‌ କରିଥିବା ଗୁଳି ମାଡ଼ରେ ୨ ଜଣ ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ  ହୋଇଥିବା  ଜଣେ ଗୁରୁତର  ହୋଇଛନ୍ତି।

ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ବେଙ୍ଗାଲୁରୁରେ ୧୪୪ ଧାରା ଲାଗୁ କରାଯାଇଛି।  ଡିଜେ ହାଲି ଓ କେଜି ହାଲି ପୁଲିସ୍‌ ଷ୍ଟେସନ ଆଖପାଖ ଅଞ୍ଚଳରେ କର୍ଫ୍ୟୁ ଲଗାଯାଇଥିବା ପୁଲିସ୍‌ କମିଶନର କମଲ ପନ୍ତ ସୂଚନା ଦେଇଛନ୍ତି । ହିଂସାରେ ସଂପୃକ୍ତି ଅଭିଯୋଗରେ ୩୦ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢଉ କରୁଛି । 

 

The post ସୋଶାଲ ମିଡିଆ ପୋଷ୍ଟକୁ ନେଇ ବେଙ୍ଗାଲୁରୁରେ ହିଂସା ; ୨ ମୃତ appeared first on Odisha Reporter.



from Odisha Reporter https://ift.tt/2PGopLo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages