ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ କରୋନାଜନିତ ମୃତ୍ୟୁ ହାର କମ୍ କରିବା ପାଇଁ ୭ ମେଡିକାଲ୍ କଲେଜର ବରିଷ୍ଠ ପ୍ରଫେସରଙ୍କୁ ନେଇ ଟେକ୍ନିକାଲ କମିଟି ଗଠନ କରାଯାଇଛି। ଏହି ଟିମ୍ ସଦସ୍ୟ ସମସ୍ତ ୩୦ ଜିଲ୍ଲା ଗସ୍ତ କରି କରୋନା ଚିକିତ୍ସା ତଦାରଖ କରିବେ। କୋଭିଡ୍ ଚିକିତ୍ସା ନେଇ ଡାକ୍ତରମାନଙ୍କୁ ଟେକ୍ନିକାଲ୍ କମିଟି ପରାମର୍ଶ ଦେବ। ଫଳରେ କରୋନା ମୁକାବିଲା ନିମନ୍ତେ ଚାଲିଥିବା ନିରନ୍ତର ପ୍ରଚେଷ୍ଠା ଆହୁରି ଫଳପ୍ରଦ ହୋଇପାରିବ। ଭିଡିଓ କନଫେରନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ କୋଭିଡ ପରିସ୍ଥିତି ଓ ରଣନୀତି ସମୀକ୍ଷା କରିବା ଅବସରରେ ଏହା କହିଛନ୍ତି।
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିଲେ ମଧ୍ୟ କରୋନା ମୃତ୍ୟୁ ହାର ସାରା ଦେଶ ତୁଳନାରେ କମ୍ ରହିଛି। ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ। ତେଣୁ ଏହି ମୃତ୍ୟୁ ହାରକୁ ଆହୁରି କମ୍ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ସୂଚନାଯୋଗ୍ୟ, ଖୋର୍ଦ୍ଧା, କଟକ, ରାୟଗଡ଼ା, ସୁନ୍ଦରଗଡ଼ରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା। ସ୍ୱତନ୍ତ୍ର ରଣନୀତି ଆପଣାଇ ଆସନ୍ତା ସପ୍ତାହ ମଧ୍ୟରେ ପଜିଟିଭ ସଂଖ୍ୟା ହ୍ରାସ କରିବାକୁ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏ ସମ୍ପର୍କରେ ସୂଚନା ଦେଲେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।
ସୂଚନାଯୋଗ୍ୟ, ରାଜ୍ୟରେ ସମୁଦାୟ ନମୁନା ପରୀକ୍ଷା ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରି ସାରିଥିବା ବେଳେ ଦୈନିକ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା ହେଉଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ସନ୍ତୋଷବ୍ୟକ୍ତ କରିଥିବା ବେଳେ ମୃତ୍ୟୁ ହାରକୁ କିନ୍ତୁ ଆହୁରି କମ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
The post କରୋନା ଚିକିତ୍ସାର ତଦାରଖ କରିବ ଟେକ୍ନିକାଲ କମିଟି appeared first on Odisha Reporter.
from Odisha Reporter https://ift.tt/2Eln4XJ
No comments:
Post a Comment