ବଦଳିଲା ଗଙ୍ଗାଧର ମେହେର ବୃହତ ଉଠାଜଳସେଚନ ପ୍ରକଳ୍ପର ରୂପରେଖ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 13, 2020

ବଦଳିଲା ଗଙ୍ଗାଧର ମେହେର ବୃହତ ଉଠାଜଳସେଚନ ପ୍ରକଳ୍ପର ରୂପରେଖ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଙ୍ଗାଧର ମେହେର ବୃହତ ଉଠାଜଳସେଚନ ପ୍ରକଳ୍ପର ରୂପରେଖ ବଦଳିଛି। ପ୍ରକଳ୍ପର ରୂପରେଖରେ ପରିବର୍ତ୍ତନ କରାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ।

ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ କମିଟି ବୈଠକରେ ଏହି ନୂଆ ରୂପରେଖକୁ ସ୍ୱୀକୃତି ମିଳିଛି। ଏବେ ସିଧା ହୀରାକୁଦ ଜଳଭଣ୍ଡାରରୁ ପାଣି ଉଠାଯିବ ବୋଲି ସେ କହିଛନ୍ତି।

ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ହୀରାକୁଦ ଜଳଭଣ୍ଡାରର ଜିରୋ ପଏଣ୍ଟରୁ ଭୂତଳ ପାଇପ୍‌ ଯୋଗେ ପାଣି ଅଣାଯିବା ପରେ ଇନ୍‌ଟେକ୍‌ ୱେଲ୍ ମାଧ୍ୟମରେ ବିଭିନ୍ନ ସ୍ଥାନକୁ ପାଣି ବଣ୍ଟନ କରାଯିବ। ଏଥିପାଇଁ ୧୧୩୮ କୋଟି ୬୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ପ୍ରକଳ୍ପ ଦ୍ୱାରା ବରଗଡ଼ ଜିଲ୍ଲା ସହ ସୋନପୁର ଜିଲ୍ଲାର ଅନେକ ଅଞ୍ଚଳ ଜଳସେଚିତ ହୋଇପାରିବ।

ପ୍ରକଳ୍ପର ପୂର୍ବ ଡିଜାଇନ ଅନୁସାରେ ବରଗଡ଼ ଉପକଣ୍ଠ ତୁରୁଙ୍ଗା କେନାଲରୁ ପାଣି ଉଠାଯାଇ ଭୂତଳ ପାଇପ ଯୋଗେ ପାଣି ନିଆଯିବାକୁ ଯୋଜନା ରହିଥିଲା।

ଅନ୍ୟପକ୍ଷରେ ପ୍ରକଳ୍ପକୁ ନେଇ କ୍ୟାବିନେଟରେ ଦୁଇ ଦୁଇ ଥର ସ୍ୱୀକୃତି ମିଳିବା ଏବଂ ଡିଜାଇନରେ ପରିବର୍ତ୍ତନ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ବିଜେପି ବିଧାୟକ ପ୍ରଦୀପ ପୁରୋହିତ।

The post ବଦଳିଲା ଗଙ୍ଗାଧର ମେହେର ବୃହତ ଉଠାଜଳସେଚନ ପ୍ରକଳ୍ପର ରୂପରେଖ appeared first on Odisha Reporter.



from Odisha Reporter https://ift.tt/31NK8qf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages