ଅଫିସର ଲୋକଙ୍କୁ ନେଇ ଘରେ ଡିନର ପାର୍ଟି ରଖିବା ପାଇଁ ପପୁ ଅଫିସରେ ଅଚାନକ ପ୍ଲାନ୍ କଲା। ହେଲେ ପ୍ରୀତିକୁ ଫୋନ୍ କରି ଜଣାଇବ କେମିତି ? ଏବେ କହିଲେ ସେ ରାଗିଯିବ। ତେଣୁ ପପୁ ପ୍ରୀତିକୁ ମେସେଜ୍ କଲା। ମେସେଜ୍ରେ ଲେଖିଲା, ଶୁଣ ଆଜି ରାତି ଡିନର୍ରେ ଅଫିସରୁ ମୋ ସହିତ ସାଙ୍ଗମାନେ ଯିବେ। ତୁମେ ଭଲ ଖାଇବା ତିଆରି କରି ରଖିଥିବ।
ଏତକ ମେସେଜ୍ ଲେଖି ସାରିବା ପରେ ପ୍ରୀତିର କିଛି ରିପ୍ଲାଏ ଆସିଲା ନାହିଁ।
ପୁଣି ପପୁ ପ୍ରୀତିକୁ ଆଉ ଏକ ମେସେଜ୍ କଲା। ଶୁଣ ମୋ ସାଲାରୀ ଡବଲ୍ ହୋଇଯାଇଛି। ଆରମାସରେ ତୁମ ପାଇଁ ଏକ ସୁନାର ମୁଦି କିଣିଦେବି।
ମେସେଜ୍ ପଢ଼ି ପ୍ରୀତି ସାଙ୍ଗେ ସାଙ୍ଗେ ରିପ୍ଲାଏ ଦେଲା, ଓ ମାଇଁ ଗଡ୍… ସତ କହୁଛ ?
ପପୁ ପୁଣି ଲେଖିଲା, ନାଇଁ… ମୁଁ ତ ଏମିତି ଚେକ୍ କରୁଥିଲି, ତମକୁ ମୋ ପ୍ରଥମ ମେସେଜ୍ ମିଳିଛି କି ନାହିଁ। ନହେଲେ ତୁମେ ପରେ କହିଥା’ନ୍ତ, ମୋତେ ତ ମେସେଜ୍ ମିଳିନି ରୋଷେଇ କେମିତି କରିଥା’ନ୍ତି !!
The post ସାଲାରୀ ଡବଲ୍ appeared first on Odisha Reporter.
from Odisha Reporter https://ift.tt/3aXGVZp
No comments:
Post a Comment