ଡରାଇ ପାରିଲାନି ଭରା ନଈ, ବଞ୍ଚାଇ ଦେଲେ ଗର୍ଭବତୀଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 23, 2020

ଡରାଇ ପାରିଲାନି ଭରା ନଈ, ବଞ୍ଚାଇ ଦେଲେ ଗର୍ଭବତୀଙ୍କ ଜୀବନ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାନବିକତା ଦେଖାଇଲେ ଗ୍ରାମବାସୀ । ଗର୍ଭବତୀ ମହିଳାଙ୍କ ପାଇଁ ସାଜିଲେ ଦେବଦୂତ। ହାତରେ ବୋହି ପାର କରାଇଲେ ଭରା ନଈ। ଆଉ ବଞ୍ଚାଇ ଦେଲେ ତାଙ୍କ ଜୀବନ। ଏମିତି ଚିତ୍ର ଦେଖିବାକୁ ମିଳିଛି ଛତିଶଗଡ଼ର ବିଜାପୁର ଜିଲ୍ଲାରେ।

ବିଜାପୁର ଜିଲ୍ଲା ଲଙ୍କାପାଲ୍ଲୀ ଗାଁର କରୁଣା ନାମକ ଜଣେ ମହିଳା ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଯାଇପାରୁ ନଥିଲେ ଡାକ୍ତରଖାନା। କାରଣ ବାଧକ ସାଜିଥିଲା ଭରା ନଦୀ । ଲଗାଣ ବର୍ଷାରେ ନଦୀ ଫୁଲିବା ସହ ପ୍ରଖର ରହିଥିଲା ସ୍ରୋତ। କିନ୍ତୁ କରୁଣା ୪ ଦିନ ଯନ୍ତ୍ରଣାରେ ଛଟପଟ ହେବାପରେ ଗ୍ରାମବାସୀ ଆଉ ହାତବାନ୍ଧି ବସି ନଥିଲେ। ନିଜ ଜୀବନକୁ ବାଜି ଲଗାଇ କରୁଣାଙ୍କୁ ଡାକ୍ତରଖାନା ନେବାକୁ ନେଇଥିଲେ ନିଷ୍ପତ୍ତି ।

ନଦୀରେ ଥିବା ବଡ଼ ଗଛରେ ରସି ବାନ୍ଧି, ମାନବ ଶୃଙ୍ଖଳ କରି ଓ ହାତରେ ବୋହି କରୁଣାଙ୍କୁ ସେମାନେ ନଦୀ ପାର କରାଇଥିଲେ ଏବଂ ନିକଟସ୍ଥ ଇଡିମାଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ କରୁଣାଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା। ତେଣୁ ତାଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ଜୀବନ ବଞ୍ଚି ଯାଇଥିଲା। କିନ୍ତୁ ତାଙ୍କ ଗର୍ଭରେ ଥିବା ଶିଶୁଟି ବଞ୍ଚିପାରି ନଥିଲା। ତେବେ ତାଙ୍କ ଜୀବନ ବଞ୍ଚିଯାଇଥିବାରୁ ଗ୍ରାମବାସୀଙ୍କୁ ଧନ୍ୟବାଦ ଦିଆଯାଉଛି। ଗ୍ରାମବାସୀ ସେମିତି ନ କରିଥିଲେ କରୁଣାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଆସିଥା’ନ୍ତା।

ସୂଚନାଯୋଗ୍ୟ, ମାଓବାଦୀଙ୍କ ଯୋଗୁ ସେହି ଅଞ୍ଚଳରେ ପୋଲ ନିର୍ମାଣ ହୋଇପାରୁ ନାହିଁ।

The post ଡରାଇ ପାରିଲାନି ଭରା ନଈ, ବଞ୍ଚାଇ ଦେଲେ ଗର୍ଭବତୀଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/2FUMufX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages