ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସ ହୁହୁ ହୋଇ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୫ ଲକ୍ଷ ପାର କରିଯାଇଛି। ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ ୫୦ ହଜାର ନିକଟରେ ପହଞ୍ଚି ଯାଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ୬୫,୦୦୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୫,୨୬,୧୯୩କୁ ବୃଦ୍ଧି ପାଇଛି। ସେହିପରି କରୋନା ଦିନକରେ ୯୯୬ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪୯,୦୩୬ରେ ପହଞ୍ଚି ଯାଇଛି।
ତେବେ ଦିନକରେ ରେକର୍ଡ ୫୭ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି। କରୋନା ଭାରତରେ ପ୍ରବେଶ କରିବା ଦିନଠାରୁ ଗୋଟିଏ ଦିନରେ କେବେ ହେଲେ ୫୭ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇ ନଥିଲେ। କିନ୍ତୁ ଶୁକ୍ରବାର ରେକର୍ଡ ୫୭,୩୮୧ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ନୂଆ ଆରୋଗ୍ୟଙ୍କୁ ମିଶାଇ ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୮,୦୮,୯୩୬ରେ ପହଞ୍ଚିଛି।
ଅନ୍ୟପକ୍ଷରେ ଅଗଷ୍ଟ ୧୪ରେ ୮,୬୮,୬୭୯ଟି ନମୁନା ପରୀକ୍ଷା କରାଯାଇଛି। ଏହାର ଅର୍ଥ ଦେଶରେ ଏଯାଏ ୨,୮୫,୬୩,୦୯୫ ନମୁନା ପରୀକ୍ଷା କରାଗଲାଣି।
The post ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫ ଲକ୍ଷ ପାର, ଦିନକରେ ୯୯୬ ମୃତ appeared first on Odisha Reporter.
from Odisha Reporter https://ift.tt/3iJshaK
No comments:
Post a Comment