ଲଗାଣ ବର୍ଷାରେ ବେହାଲ ଭଦ୍ରକ; ଭୁଶୁଡ଼ିଲା ୮ ଘର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 15, 2020

ଲଗାଣ ବର୍ଷାରେ ବେହାଲ ଭଦ୍ରକ; ଭୁଶୁଡ଼ିଲା ୮ ଘର

ଭଦ୍ରକ(ଓଡ଼ିଶା ରିପୋର୍ଟର): ଲଘୁଚାପଜନିତ ଲଗାଣ ବର୍ଷାରେ ବେହାଲ ଭଦ୍ରକ । ବର୍ଷା ଯୋଗୁ ଧାମନଗର ବ୍ଲକ ବେଶି ପ୍ରଭାବିତ ହୋଇଛି । ଧାମନଗର ବ୍ଲକ ଓ ଏନ୍ଏସି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା ପାଣି ଜମି ରହିଥିବାରୁ ଏନ୍ଏସି କାର୍ଯ୍ୟାଳୟରେ ପାଣି ପଶି ଯାଇ ବହୁ କାଗଜପତ୍ର ନଷ୍ଟ ହୋଇଛି । ବିଇଓଙ୍କ କାର୍ଯ୍ୟାଳୟ ମଧ୍ୟ ଜଳାର୍ଣ୍ଣବ ହୋଇଛି । ଧାମନଗର-ବିରୁହାଁ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାରୁ ୪ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ହବିବ ନଗର ଏନଏସି କାର୍ଯ୍ୟାଳୟ ସମେତ ହବିବ୍ ନଗର ଅଧିକ କ୍ଷତିଗ୍ରସ୍ତ ହୋଇଛି। ବର୍ଷା ଯୋଗୁଁ ପାଣି ଜମି ରହି ୮ଟି ଘର ଭୁଶୁଡ଼ି ପଡ଼ିଛି । ପାଣି ଘେରରେ ଥିବା ଲୋକମାନଙ୍କୁ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି।

ସେହିପରି ବ୍ଲକ କାର୍ଯ୍ୟାଳୟରୁ ବିଜୁ ପଟ୍ଟନାୟକ ଛକ ରାସ୍ତାରେ ସାଗର ଭୂୟାଁ ପାର୍କ ପାଖରେ ଅଣ୍ଟାଏ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ଲୋକେ ବ୍ଲକ କାର୍ଯ୍ୟାଳୟକୁ ଯାଇ ପାରୁନାହାନ୍ତି । ତଳିଆ ଅଂଚଳରେ ଲୋକଙ୍କ ଘରେ ପାଣି ପଶି ଯାଇଛି । ହେକ୍ଟର ହେକ୍ଟର ଚାଷ ଜମି ଜଳାର୍ଣ୍ଣବ ହୋଇଯାଇଛି ।

 

The post ଲଗାଣ ବର୍ଷାରେ ବେହାଲ ଭଦ୍ରକ; ଭୁଶୁଡ଼ିଲା ୮ ଘର appeared first on Odisha Reporter.



from Odisha Reporter https://ift.tt/3iJWMxu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages