କଟକ(ଓଡ଼ିଶା ରିପୋର୍ଟର): କରୋନା ପାଇଁ ମାର୍ଚ୍ଚ ମାସରୁ ବନ୍ଦ ରହିଥିବା ମନ୍ଦିର ଓ ଧର୍ମାନୁଷ୍ଠାନଗୁଡ଼ିକ ଖୋଲିବ କି ନାହିଁ ସେ ସମ୍ପର୍କରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ଏନେଇ ଏକ ଆବେଦନର ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ। କଣ୍ଟେନମେଣ୍ଟ ଜୋନ୍ ବାହାରେ ମନ୍ଦିର ଖୋଲିବା ପ୍ରସଙ୍ଗରେ ହାଇକୋର୍ଟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି।
ଅନଲକ୍ ଥ୍ରୀ ଘୋଷଣା ପରେ ସାଧାରଣ ଜୀବନଯାପନ ସ୍ୱାଭାବିକ ହେଉଥିବା ବେଳେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ଉପରେ କଟକଣା ରହିଥିଲା । ତେବେ ପୁରୀ ଜଗନ୍ନାଥ ମନ୍ଦିର ସହ ଅନ୍ୟ ମନ୍ଦିର ଖୋଲିବାକୁ ନିର୍ଦ୍ଦେଶ ଦେବା ଲାଗି ହାଇକୋର୍ଟରେ ଆବେଦନ ହୋଇଥିଲା।
ସୂଚନାଯୋଗ୍ୟ, କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ମନ୍ଦିର ଓ ଧର୍ମାନୁଷ୍ଠାନଗୁଡ଼ିକ ବନ୍ଦ କରି ଦେଇଥିଲେ। ମନ୍ଦିରଗୁଡ଼ିକ ଖୋଲାଯାଇ ଠାକୁରଙ୍କୁ ପୂଜାର୍ଚ୍ଚନା କରାଯାଉଥିବା ବେଳେ ସାଧାରଣ ଦର୍ଶନ ମନା ଥିଲା ।
The post ‘ମନ୍ଦିର ଖୋଲିବା ନିଷ୍ପତ୍ତି ସରକାର ନେବେ ’ appeared first on Odisha Reporter.
from Odisha Reporter https://ift.tt/3a8NKXM
No comments:
Post a Comment