ପୂର୍ବ ଶତ୍ରୁତାକୁ ନେଇ ଗାଁରେ ଫୁଟିଲା ବୋମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 11, 2020

ପୂର୍ବ ଶତ୍ରୁତାକୁ ନେଇ ଗାଁରେ ଫୁଟିଲା ବୋମା

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ସଦର ଥାନା ଅଧୀନ ଦଳେଇପୁଟ ଗାଁର ଜଣଙ୍କ ଘର ଉପରକୁ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ବୋମାମାଡ଼ରେ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ୨ ପରିବାର ମଧ୍ୟରେ ଥିବା ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଅଗଷ୍ଟ ୫ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବାଛରାର ଇଚ୍ଛାପୁର ଗାଁରେ ବୋମାମାଡ଼ ହୋଇଥିଲା। ଏଥିରେ ଦୁଇଜଣ ଆହତ ହୋଇଥିଲେ। ଆହତଦ୍ୱୟଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ଅନ୍ୟ ଜଣେ ପୁରଷ ଥିଲେ।  ସେମାନଙ୍କୁ ଜଟଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗାଁ ମଧ୍ୟ ଦେଇ ମାଙ୍କଡ଼ା ପଥର ଟ୍ରକ୍‌ ଯାଉଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଗାଁରେ ବୋମାମାଡ଼ ହୋଇଥିଲା।

ଖୋର୍ଦ୍ଧା ସଦର ଥାନା ଅଧୀନରେ ଅଧିକାଂଶ ସମୟରେ ବୋମା ମାଡ଼ ଯୋଗୁ ଲୋକେ ଆତଙ୍କିତ ରହୁଥିବା ବେଳେ ପୁଲିସ୍‌ ଅଭିଯୁକ୍ତଙ୍କ ଟେର ପାଇପାରୁନି।

 

The post ପୂର୍ବ ଶତ୍ରୁତାକୁ ନେଇ ଗାଁରେ ଫୁଟିଲା ବୋମା appeared first on Odisha Reporter.



from Odisha Reporter https://ift.tt/2DMPTwi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages