ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଆମୀର ଖାନ୍ ଏବେ ତୁର୍କୀରେ ଅଛନ୍ତି। ସେ ତାଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂହ ଚଢ଼ା’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ୟା ଭିତରେ ଆମୀର ଖାନ୍ଙ୍କ ଏକ ଭିଡିଓ ଭାଇରାଲ୍ ହେଉଛି। ଏଥିରେ ବହୁତ ଲୋକ ତାଙ୍କୁ ଘେରି ରହିଛନ୍ତି। ଲୋକଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହେଉଛି। ସମସ୍ତେ ଆମୀର ଖାନ୍ଙ୍କ ଫଟୋ ଉଠାଇବାକୁ ଓ ତାଙ୍କ ସହିତ ମିଶିବାକୁ ବା ପାଖରୁ ଦେଖିବାକୁ ଚେଷ୍ଟା କରୁଛନ୍ତି। ତେବେ ଏଥିରେ ଆମୀର ଆଦୌ ବ୍ୟସ୍ତ ହୋଇନାହାନ୍ତି। ସେ ମାସ୍କ ଓ ଚଷମା ପିନ୍ଧି ଛିଡ଼ା ହୋଇଥିଲେ। ଭିଡିଓ ଦୁଇଟି ତୁର୍କୀର।
Worlds Biggest Superstar AAMIR KHAN in Turkey pic.twitter.com/gLxRKmCxew@aajtak @bombaytimes@filmfare @iFaridoon @HimeshMankad@ians_india @ANI @ndtv @bollywood_life @ETCBollywood @BollywoodGandu @Bollyhungama @Koimoi @pinkvilla @Spotboye @bollyspy @bollywood_life @ZoomTV @ABPNews
— Laal Singh Chaddha (@ACEOFHINDOSTAN) August 10, 2020
ଭାରତରେ ଆମୀର ଖାନ୍ଙ୍କ କୋଟି କୋଟି ଫ୍ୟାନ୍ ଅଛନ୍ତି। ସେମିତି ବିଦେଶରେ ମଧ୍ୟ ତାଙ୍କର ବହୁ ଫ୍ୟାନ୍ ଅଛନ୍ତି। ତେଣୁ ତୁର୍କୀରେ ଆମୀର ଖାନ୍ ଶୁଟିଂ କରୁଥିବା ଜାଣି ସେଠାକାର ଫ୍ୟାନ୍ମାନେ ତାଙ୍କୁ ପାଖରୁ ଦେଖିବା ପାଇଁ ଭିଡ଼ ଜମାଉଛନ୍ତି।
ଲକ୍ଡାଉନ୍ ଯୋଗୁ ଶୁଟିଂ ବନ୍ଦ ହୋଇଯାଇଥିବା ବେଳେ ଆମୀର ଖାନ୍ଙ୍କ ’ଲାଲ ସିଂହ ଚଢ଼ା’ ହେଉଛି ଦ୍ୱିତୀୟ ଫିଲ୍ମ ଯାହାର ଶୁଟିଂ ବିଦେଶରେ ଚାଲିଛି। ପ୍ରଥମେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେଲ୍ ବଟମ୍’ ଲଣ୍ଡନରେ ଏହାର ଶୁଟିଂ ଆରମ୍ଭ କରିଥିଲା, ଯାହା ଏବେବି ଚାଲିଛି।
ସୂଚନାଯୋଗ୍ୟ, ‘ଲାଲ ସିଂହ ଚଢ଼ା’ ହେଉଛି ହଲିଉଡ୍ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ରିମେକ୍, ଯାହାକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ଏଥିରେ ଟମ୍ ହ୍ୟାଙ୍କସ ଲିଡ୍ ରୋଲ୍ରେ ଅଭିନୟ କରିଥିଲେ।
‘ଲାଲ ସିଂହ ଚଢ଼ା’କୁ ଆମୀର ଖାନ୍ ପ୍ରଡକ୍ସନ୍ସ ଓ ଭାୟାକମ୍ ୧୮ ମୋସନ୍ ପିକ୍ଚର୍ସ ମିଳିତ ଭାବେ ନିର୍ମାଣ କରୁଛନ୍ତି। ଏହା ଚଳିତ ବର୍ଷ ଖ୍ରୀଷ୍ଟମାସରେ ରିଲିଜ୍ ହେବାର ଥିଲା। କିନ୍ତୁ କରୋନା ଯୋଗୁ ଏବେ ଏହାକୁ ୨୦୨୧ ଖ୍ରୀଷ୍ଟମାସରେ ରିଲିଜ୍ କରାଯିବ ବୋଲି ଜଣାପଡ଼ିଛି।
The post ଭାଇରାଲ୍ ହେଉଛି ଆମୀର ଖାନ୍ଙ୍କ ଭିଡିଓ appeared first on Odisha Reporter.
from Odisha Reporter https://ift.tt/3akUn9j
No comments:
Post a Comment