ଡାହାଣୀ ସନ୍ଦେହରେ ମହିଳାଙ୍କୁ ଆକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 12, 2020

ଡାହାଣୀ ସନ୍ଦେହରେ ମହିଳାଙ୍କୁ ଆକ୍ରମଣ

ଉଦଳା (ମାନସ ପାଣି): ଆଜି ବି ବହୁ ଲୋକ ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରୁ ବାହାରି ପାରିନାହାନ୍ତି। ଆଉ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ କିଏ କେତେବେଳେ କାହାକୁ ଆକ୍ରମଣ କରୁଛି ତ କେତେବେଳେ ହତ୍ୟା କରିବାକୁ ପଛାଉ ନାହିଁ। ଏମିତି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ତୋଟାସାହି ଗାଁରେ।

ଏଠାରେ ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ତାଙ୍କ ସମ୍ପର୍କୀୟ ଦିଅର ଓ ଦେଡ଼ଶୁର ମରଣାନ୍ତକ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ଏହି ମହିଳାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ଉଦଳା ଥାନାରେ ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ଅନ୍ୟପକ୍ଷରେ ତାଙ୍କୁ ଆକ୍ରମଣ କରିବା ପରେ ସମ୍ପର୍କୀୟ ଦିଅର ଭରତ ମୁର୍ମୁ ଓ ଦେଡ଼ଶୁର ଶ୍ୟାମପ୍ରସାଦ ମୁର୍ମୁ ଫେରାର ହୋଇଯାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଭରତଙ୍କ ପୁଅକୁ ଦୀର୍ଘ ଦିନ ହେଲା ଜ୍ୱର ହେଉଥିଲା। ଔଷଧ ଦେଲେ ମଧ୍ୟ ଭଲ ହେଉ ନଥିଲା। ଜ୍ୱର ଭଲ ହେଉ ନଥିବାରୁ ଭରତ ପୁଅକୁ ଗୁଣିଆ ପାଖକୁ ନେଇ ଯାଇଥିଲା। ପୁଅର ଦେହ ଖରାପ ହେବା ପଛରେ ଡାହାଣୀର ହାତ ଥିବା ଗୁଣିଆ କହିଥିଲା। ଆଉ ଏହା ପରେ ଭରତ ଉକ୍ତ ମହିଳାଙ୍କ ଉପରେ ସନ୍ଦେହ କରିଥିଲେ, ଯିଏ ସଂପର୍କରେ ତାଙ୍କ ଭାଉଜ।

ଗତକାଲି ସନ୍ଧ୍ୟାରେ ମହିଳାଙ୍କ ଜଣଙ୍କ ଘରେ ଏକୁଟିଆ ଥିବା ବେଳେ ଭରତ, ଶ୍ୟାମପ୍ରସାଦ ଓ ସେମାନଙ୍କର ତିନି ଜଣ ସହଯୋଗୀ  ତାଙ୍କୁ ମାଡ଼ ମାରିଥିଲେ। ଜଣେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଏହି ଆକ୍ରମଣ ବେଳେ ଉକ୍ତ ମହିଳାଙ୍କ ପରିବାର ଲୋକେ ଘରେ ନଥିଲେ। ଖବର ପାଇ ସେମାନେ ଡାକ୍ତରଖାନାରେ ପହଞ୍ଚିଥିଲେ। ପରିବାର ଲୋକେ ଭରତ, ଶ୍ୟାମପ୍ରସାଦ ଓ ଅନ୍ୟ ତିନି ଜଣଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।

The post ଡାହାଣୀ ସନ୍ଦେହରେ ମହିଳାଙ୍କୁ ଆକ୍ରମଣ appeared first on Odisha Reporter.



from Odisha Reporter https://ift.tt/3kE3fM4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages