ଉଦ୍ଧାର ହେଲା ଧଳା ରଙ୍ଗର ସାପ, ନାଁ ତା’ର ‘ଲିଉଷ୍ଟିକ୍ ଚିତି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 24, 2020

ଉଦ୍ଧାର ହେଲା ଧଳା ରଙ୍ଗର ସାପ, ନାଁ ତା’ର ‘ଲିଉଷ୍ଟିକ୍ ଚିତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଗାଙ୍ଗପୁର ଗାଁରୁ ଏକ ଧଳା ରଙ୍ଗର ସାପ ଉଦ୍ଧାର ହୋଇଛି। ସାପଟିର ଲମ୍ବ ୧ ଫୁଟ ହୋଇଥିବା ବେଳେ ତାହାର ରଙ୍ଗ ସମ୍ପୂର୍ଣ୍ଣ ଧଳା ।

ଏହି ସାପକୁ  ଦେଖି ଗାଙ୍ଗପୁର ଗ୍ରାମବାସୀ ଭୟଭୀତ ହୋଇଯାଇଥିଲେ। ଏହାପରେ ତପନ ଜେନା ନାମକ ଯୁବକ ସାପଟିକୁ ଉଦ୍ଧାର କରିଥିଲେ । ପରେ ସାପଟିର କିଛି ଫଟୋ ସ୍ନେକ୍ ହେଲ୍ପ ଲାଇନ୍‌କୁ ପଠାଇଥିଲେ।  ଧଳା ରଙ୍ଗର ଏହି ସାପଟି ଲିଉଷ୍ଟିକ୍ ଚିତି ବୋଲି କହିଛନ୍ତି ସ୍ନେକ ହେଲ୍ପ ଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ । ସ୍ନେକ ହେଲ୍ପ ଲାଇନର ସଦସ୍ୟ ନଳିନୀ ପ୍ରସାଦ ଦାସ ରାଜକନିକାରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ପରେ ସାପଟିକୁ ଗାଁଠାରୁ ପ୍ରାୟ ୧୦ କିମି ଦୂର ଜଙ୍ଗଲରେ ଛାଡି ଦିଆଯାଇଛି  ।

The post ଉଦ୍ଧାର ହେଲା ଧଳା ରଙ୍ଗର ସାପ, ନାଁ ତା’ର ‘ଲିଉଷ୍ଟିକ୍ ଚିତି’ appeared first on Odisha Reporter.



from Odisha Reporter https://ift.tt/2Eb9hDJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages