ଖୋର୍ଦ୍ଧାକୁ ଟପିଲା କଟକ, ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 24, 2020

ଖୋର୍ଦ୍ଧାକୁ ଟପିଲା କଟକ, ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ରାଜ୍ୟରେ ଦୈନନ୍ଦିନ ଆସୁଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଲଗାତାର ବହୁ ଦିନ ଧରି ଗଞ୍ଜାମ ଜିଲ୍ଲାରେ ସବୁଠୁ ଅଧିକ ଚିହ୍ନଟ ହେଉଥିଲେ। ତେବେ ଏଇ କିଛି ଦିନ ହେବ ଏ କ୍ଷେତ୍ରରେ ଖୋର୍ଦ୍ଧା ଜିଲ୍ଲା ଆଗରେ ରହି ଆସୁଥିବା ବେଳେ ଆଜି ଏଥିରେ ବ୍ରେକ୍ ଲାଗିଛି। ଆଜି ଅଗଷ୍ଟ ୨୩ର ରିପୋର୍ଟ ଆସିଥିବା ବେଳେ ଏଥିରେ କଟକରେ ସବୁଠୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୨୯୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରେ କେବଳ କଟକ ଜିଲ୍ଲାର ୫୮୯ ଜଣ ରହିଛନ୍ତି। କଟକରେ କେବେ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। ଏହା ପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଏଠାରେ ୪୭୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୧୭୯ ଜଣ ଓ ଯାଜପୁରରୁ ୨୧୫ ଜଣ ଚିହ୍ନଟ ହୋଇଛନ୍ତି। କୋରାପୁଟରେ ୧୮୧ ଜଣ ଚିହ୍ନଟ ହୋଇଥିବା ବେଳେ  ମୟୂରଭଞ୍ଜରୁ ୧୫୬ ଓ ରାୟଗଡ଼ାରୁ ୧୪୩ ଜଣ ଚିହ୍ନଟ ହୋଇଛନ୍ତି।

୫୮୯ ନୂଆ କେସ୍ ସହିତ କଟକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୯୨୧ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୩,୫୮୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୩୦୫ ଚିକିତ୍ସାଧୀନ ଅଛନ୍ତି। ସେହିଭଳି ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧିପାଇଛି। ଅନ୍ୟ ୪ କରୋନା ଆକ୍ରାନ୍ତଙ୍କର ଅନ୍ୟାନ୍ୟ କାରଣରୁ ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ ଗଞ୍ଜାମରେ ୧୬,୫୨୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୪,୪୪୪ ଜଣ ସୁସ୍ଥ ହୋଇସାରିଲେଣି। ୧,୮୯୭ ଜଣ ଚିକିତ୍ସାଧୀନ ଥିବା ବେଳେ ୧୭୯ ଜଣଙ୍କ ମୃତ୍ୟୁ ଘଟିଛି।

ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୩୬୮ରେ ପହଞ୍ଚିଥିବା ବେଳେ ୬,୭୭୧ ଜଣ ସୁସ୍ଥ ହୋଇସାରିଛନ୍ତି। ୫,୫୩୩ ଜଣ ଚିକିତ୍ସାଧୀନ ଥିବା ବେଳେ ୫୪ ଜଣଙ୍କ ମୃତ୍ୟୁ ଘଟିଛି।

The post ଖୋର୍ଦ୍ଧାକୁ ଟପିଲା କଟକ, ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/2QiCor9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages