ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆସନ୍ତା ୨୪ରୁ ୨୬ ତାରିଖ ଯାଏ ବର୍ଷିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ।
ପ୍ରଥମ ପର୍ଯ୍ୟାୟରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ବେଶି ବର୍ଷା ହେବ। ପରବର୍ତ୍ତୀ ଅବସ୍ଥାରେ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ବର୍ଷା ହେବ। ଏହି ସମୟ ମଧ୍ୟରେ ସମୁଦ୍ର ଭିତରେ ଘଣ୍ଟାକୁ ୪୫ରୁ ୫୫ କିମି ବେଗରେ ପବନ ବହିବ। ଲଘୁଚାପ ସୃଷ୍ଟି ହେଲେ ୧୦୦୦ କିମି ଦୂରତାରେ ଏହାର ପ୍ରଭାବ ପଡ଼ିଥାଏ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ।
ଏଥି ସହ ଆହୁରି କହିଛନ୍ତି, ଜୁନ ୧ରୁ ଗତକାଲି ଯାଏଁ ରାଜ୍ୟରେ ସ୍ୱାଭାବିକଠୁ ୧% ବର୍ଷା କମ୍ ହୋଇଛି। ହେଲେ ମାଲକାନଗିରି ଜିଲ୍ଲାରେ ସ୍ୱାଭାବିକଠାରୁ ୫୭% ଅଧିକ ବର୍ଷା ହୋଇଛି।
The post ୨୪ରୁ ପୁଣି ବର୍ଷିବ appeared first on Odisha Reporter.
from Odisha Reporter https://ift.tt/3gjp8Nw
No comments:
Post a Comment