ମୁସଲ୍‌ମାନ ବହୁଳ ରାଷ୍ଟ୍ରର ନୋଟ୍‌ରେ ଗଣେଶଙ୍କ ଫଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 21, 2020

ମୁସଲ୍‌ମାନ ବହୁଳ ରାଷ୍ଟ୍ରର ନୋଟ୍‌ରେ ଗଣେଶଙ୍କ ଫଟୋ

ନୂଆଦିଲ୍ଲୀ: ଆଜି ପବିତ୍ର ଗଣେଶ ଚତୁର୍ଥୀ। କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଆମେ ଗଣେଶଙ୍କୁ ପ୍ରଥମେ ଆରାଧନା କରୁ। କେବଳ ଭାରତ ନୁହେଁ, ଅନ୍ୟ ଦେଶରେ ମଧ୍ୟ ଗଣେଶଙ୍କର ଉପାସକ ରହିଛନ୍ତି। ଏମିତିକି ଭାରତ ବାହାରେ ଏକ ଦେଶର ନୋଟ୍‌ରେ ଗଣେଶଙ୍କର ଫଟୋ ସ୍ଥାନ ପାଇଛି। ଭାରତୀୟ ନୋଟ୍‌ରେ ମହାତ୍ମା ଗାନ୍ଧି ଓ ଅଶୋକ ସ୍ତମ୍ଭ ସହିତ ଭାରତୀୟ ଐତିହ୍ୟ ବହନ କରୁଥିବା ଅନ୍ୟାନ୍ୟ କଳାକୃତି ଦେଖିବାକୁ ମିଳିଥାଏ। କିନ୍ତୁ ଆମେ ଆଜି ଏମିତି ଏକ ମୁସଲ୍‌ମାନ ବହୁଳ ରାଷ୍ଟ୍ର ବିଷୟରେ କହିବୁ, ଯାହାର ନୋଟ୍‌ରେ ହିନ୍ଦୁ ଦେବତାଙ୍କର ଫଟୋ ରହିଛି। କଥାଟା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚୟ।

ବିଶ୍ୱର ସବୁଠାରୁ ବଡ଼ ମୁସଲ୍‌ମାନ ବହୁଳ ରାଷ୍ଟ୍ର ଇଣ୍ଡୋନେସିଆ ନୋଟ୍‌ରେ ହିନ୍ଦୁ ଦେବତା ଗଣେଶଙ୍କର ଫଟୋ ରହିଛି। ଖାଲି ନୋଟ୍‌ରେ ନୁହେଁ, ଇଣ୍ଡୋନେସିଆନ୍‌ ଆର୍ମିର ମାସ୍କଟ୍ ହେଉଛନ୍ତି ହିନ୍ଦୁ ଦେବତା ହନୁମାନ। ଇଣ୍ଡୋନେସିଆର ପାଖାପାଖି ୮୭.୫ ପ୍ରତିଶତ ମୁସଲ୍‌ମାନ ଓ ମାତ୍ର ୩ ପ୍ରତିଶତ ହିନ୍ଦୁ ଅଛନ୍ତି।

ହିନ୍ଦୁ ମୁସଲମାନ୍‌ ଆଳରେ ବର୍ଷ ବର୍ଷ ଧରି ଭାରତ ସହିତ ପାକିସ୍ତାନ ଶତ୍ରୁତା କରିଆସୁଥିବା ବେଳେ, ମୁସଲମାନ୍ ବହୁଳ‌ ରାଷ୍ଟ୍ର ଇଣ୍ଡୋନେସିଆର ନୋଟ୍‌ରେ ହିନ୍ଦୁ ଦେବତାଙ୍କ ଚିତ୍ର ସ୍ଥାନ ପାଇବା ଏକ ବଡ଼ କଥା।

ନୋଟ୍ ବିଷୟରେ ବିଶେଷ କଥା:  ଇଣ୍ଡୋନେସିଆର ମୁଦ୍ରାକୁ ରୁପିୟାହ୍ କୁହାଯାଏ। ଏହାର ୨୦ ହଜାର ଟଙ୍କିଆ ନୋଟ୍ ଉପରେ ଭଗବାନ ଗଣେଶଙ୍କ ଚିତ୍ର ସହିତ ସେଠାକାର ପୂର୍ବତନ ଶିକ୍ଷାମନ୍ତ୍ରୀ ତଥା ଇଣ୍ଡୋନେସିଆ ସ୍ୱାଧୀନତା ଆନ୍ଦୋଳନର ନାୟକ ହଜର୍ ଦେବାନ୍ତ୍ରାଙ୍କ ଫଟୋ ରହିଛି।

ଗଣେଶଙ୍କ ସମ୍ପର୍କରେ କ’ଣ ରହିଛି  ବିଶ୍ୱାସ: ଇଣ୍ଡୋନେସିଆରେ ଭଗବାନ ଗଣେଶଙ୍କୁ ଶିକ୍ଷା ଓ ବିଜ୍ଞାନର ଦେବତା ରୂପେ ମାନନ୍ତି। କିଛି ବର୍ଷ ପୂର୍ବେ ଇଣ୍ଡୋନେସିଆର ଅର୍ଥ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିଲା। ସେଠାକାର ସରକାର ଓ ଅର୍ଥନୀତିଜ୍ଞମାନେ ବିଚାର ବିମର୍ଶ କରି ୨୦ ହଜାର ଟଙ୍କିଆ ନୋଟ୍‌ର ପ୍ରଚଳନ କଲେ। ଏହି ନୋଟ୍‌ରେ ଭଗବାନ ଗଣେଶଙ୍କର ଚିତ୍ର ଛାପିଲେ। ଖାସ୍‌ ଏଥିପାଇଁ ଏହାପରଠାରୁ ଇଣ୍ଡୋନେସିଆର ଅର୍ଥ ବ୍ୟବସ୍ଥା ସୁଧୁରି ଗଲା ବୋଲି ସାଧାରଣରେ ବିଶ୍ୱାସ ରହିଛି।

ଅର୍ଜୁନ ଓ କୃଷ୍ଣଙ୍କ ପ୍ରତିମା ବି ରିହିଛି: ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଇଣ୍ଡୋନେସିଆରେ କେବଳ ଗଣେଷ ଭଗବାନଙ୍କ ଚିତ୍ର ନୁହେଁ, ଅର୍ଜୁନ, ଶ୍ରୀକୃଷ୍ଣ ଓ ଘଟୋତ୍କଚଙ୍କ ମୂର୍ତ୍ତି ମଧ୍ୟ ରହିଛି। ସେଠାରେ ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀରେ ମହାଭାରତ ଯୁଦ୍ଧ ବେଳର ଅର୍ଜୁନ ଓ ଶ୍ରୀକୃଷ୍ଣଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଛି।

The post ମୁସଲ୍‌ମାନ ବହୁଳ ରାଷ୍ଟ୍ରର ନୋଟ୍‌ରେ ଗଣେଶଙ୍କ ଫଟୋ appeared first on Odisha Reporter.



from Odisha Reporter https://ift.tt/3aNdNnz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages