ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲ୍ଡ ମାର୍କଡ ଲୋ ପ୍ରେସରରେ ପରିଣତ ହେବା ଦ୍ୱାରା ରାଜ୍ୟର ଅଧିକାଶଂ ଜିଲ୍ଲାରେ ଲାଗି ରହିଛି ବର୍ଷା। ପ୍ରବଳ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହର ଦେଇ ପ୍ରବାହିତ ଜରାଳି ଓ ସରାଳି ନଦୀରେ ବନ୍ୟା ସ୍ଥିତି ଦେଖାଦେଇଛି। ସେହିପରି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଳକ୍ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି ।
ଜରାଳି ଓ ସରାଳି ନଦୀରେ ପାଣି ବଢ଼ି ବାରିପଦା ସହରର ତଳିଆ ଅଞ୍ଚଳରେ ପଶିଯାଇଛି। ପାଣି ଘେରରେ ୩, ୧୦, ୧୫, ୧୬ ଓ ୧୭ ନମ୍ବର ୱାର୍ଡ ରହିଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ଆଖିରୁ ନିଦ ହଜି ଯାଇଛି। ତହସିଲଦାର, ଉପଜିଲ୍ଲାପାଳ ଓ ଏଡିଏମ୍ ନିଜେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହା ସହିତ ଯେକୌଣସି ପରିସ୍ଥିତିର ମୁକାବିଲା ନିମନ୍ତେ ପ୍ରଶାସନ ପ୍ରସ୍ତୁତ ଥିବା କୁହାଯାଇଛି।
ସେହିପରି ଲଘୁଚାପ ଜନିତ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଳକ୍ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ମଧ୍ୟ ବଢିବାରେ ଲାଗିଛି । ନଦୀର ଉପର ମୁଣ୍ଡରେ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ଗତକାଲିଠାରୁ ଲଘୁଚାପ ଜନିତ ବର୍ଷା ଯୋଗୁ ନଦୀର ଜଳସ୍ତର କ୍ରମଶଃ ବଢ଼ୁଛି।
ନଦୀର ମଥାନୀଠାରେ ବିପଦ ସଙ୍କେତ ୫.୫୦ ଥିବାବେଳେ ସକାଳ ୬ଟା ସୁଧା ୬.୪୩ ମିଟରରେ ଜଳ ପ୍ରବାହିତ ହେଉଛି। ଯଦି ଏହିଭଳି ଭାବରେ ବର୍ଷା ଲାଗିରହେ ତେବେ ବସ୍ତା ବ୍ଳକ୍ର ୧୦ଟି ପଞ୍ଚାୟତରେ ବନ୍ୟା ଆଶଙ୍କା ଦେଖା ଦେଇଛି।
The post ବାରିପଦାରେ ବନ୍ୟା ସ୍ଥିତି, ଜଳକା ବି ଫୁଲୁଛି appeared first on Odisha Reporter.
from Odisha Reporter https://ift.tt/3gtumGy
No comments:
Post a Comment