ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ପ୍ରଭାବରେ ରାଜ୍ୟର ଅଧତ୍କାଂଶ ଜିଲ୍ଲାରେ ଲାଗି ରହିଛି ବର୍ଷା।
ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଭଳି କଟକ ଓ ଭୁବନେଶ୍ୱରରେ ବି ବର୍ଷା ଲାଗି ରହିଥିବା ବେଳେ ଆଜି ସକାଳ ୯ଟା ସୁଦ୍ଧା ଏହି ଦୁଇ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ଦୁଇ ସ୍ଥାନରେ ଘଣ୍ଟା ପ୍ରତି ୨୦ରୁ ୩୦ ମିଲିମିଟର ବର୍ଷା ହେବା ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।
ଏହା ସହିତ ଆଜି ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୯ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଉଛି- ସମ୍ବଲପୁର, ସୁବର୍ଣ୍ଣପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ସୁନ୍ଦରଗଡ଼ ଓ ଦେବଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ପ୍ରବଳ ବର୍ଷା ଯୋଗୁଁ ବାରିପଦା ସହରରେ ବନ୍ୟା ପରିସ୍ଥିତି ଉତ୍ପନ୍ନ ହୋଇଛି। ସହର ମଧ୍ୟସ୍ଥ ଜରାଳି ଓ ସରାଳି ନଦୀରେ ବନ୍ୟା ସ୍ଥିତି ଦେଖାଯାଇଛି। ଉଭୟ ନଦୀର ପାଣି ତଳିଆ ଅଞ୍ଚଳରେ ଥିବା ଘରେ ପଶିଛି। ସହରର ୩, ୧୦, ୧୫, ୧୬ ଓ ୧୭ ନମ୍ବର ୱାର୍ଡ ପାଣି ଘେରରେ ରହିଥିବା ବେଳେ ଏଡିଏମ୍, ଉପଜିଲ୍ଲାପାଳ ଓ ତହସିଲଦାର ସ୍ଥିତି ଅନୁଧ୍ୟାନ କରିଛନ୍ତି।
The post କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷିବ, ଜାରି ହେଲା ସତର୍କ ସୂଚନା appeared first on Odisha Reporter.
from Odisha Reporter https://ift.tt/3gnRJ4c
No comments:
Post a Comment