୭ ଶିଳ୍ପୀଙ୍କୁ ମିଳିଲା ଧର୍ମପଦ ସମ୍ମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 10, 2020

୭ ଶିଳ୍ପୀଙ୍କୁ ମିଳିଲା ଧର୍ମପଦ ସମ୍ମାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗରେ ଆଜୀବନ ସାଧନା ନିମନ୍ତେ  ୭ ଜଣ ବରିଷ୍ଠ ଶିଳ୍ପୀଙ୍କୁ ଧର୍ମପଦ ସମ୍ମାନ ପ୍ରଦାନ କରାଯାଇଛି।  ୨୦୦୯ ମସିହାରୁ ୨୦୧୫ ମସିହା ପର୍ଯ୍ୟନ୍ତ  ଦୀର୍ଘ ୭ ବର୍ଷ ନିମନ୍ତେ  ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି।  ଏହି ପୁରସ୍କାର ଦିଆଯାଇଥିବା ୭ ଶିଳ୍ପୀଙ୍କ ମଧ୍ୟରୁ ୩ ଜଣ ଆଖି ବୁଜି ସାରିଥିବା ବେଳେ ସେମାନଙ୍କ ପତ୍ନୀ ପୁତ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। 

୨୦୦୯ ମସିହା ପାଇଁ ଗୋକୁଳ ବିହାରୀ ପଟ୍ଟନାୟକ, ୨୦୧୦ ପାଇଁ ଅସୀମ ବସୁ, ୨୦୧୧ ପାଇଁ ଦୁର୍ଗାପ୍ରସାଦ ଦାସ, ୨୦୧୨ ପାଇଁ ସୁଦର୍ଶନ ସାହୁଙ୍କୁ ଧର୍ମପଦ ପୁରସ୍କାର ପ୍ରଦାନ କରାଯାଇଛି।   ସେହିପରି ୨୦୧୩ ମସିହା ପାଇଁ ପଦ୍ମଭୂଷଣ ଯତୀନ ଦାସ, ୨୦୧୪ ପାଇଁ ଦୀନନାଥ ପାଠୀ ଏବଂ ୨୦୧୫ ପାଇଁ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ଦିଆଯାଇଛି ଧର୍ମପଦ ପୁରସ୍କାର।

ଗୋକୁଳ ବିହାରୀ ପଟ୍ଟନାୟକ, ଅସୀମ ବସୁ ଏବଂ ଦୀନନାଥ ପାଠୀଙ୍କୁ ଏହା ମରଣୋତ୍ତର ଭାବେ ପ୍ରଦାନ କରାଯାଇଛି ।

କୋଭିଡ କଟକଣା ହେତୁ ମନୋନୀତ ଶିଳ୍ପୀଙ୍କ ଘରକୁ ଯାଇ ପୁରସ୍କାର ପ୍ରଦାନ କରିଛନ୍ତି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ପ୍ରତି ଶିଳ୍ପୀଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ତାମ୍ର ଫଳକ ଏବଂ ଉପଢୌକନ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବଂ ଏକାଡେମୀ ସଚିବ ଶିଳ୍ପୀ ଗଜେନ୍ଦ୍ର ସାହୁ ଉପସ୍ଥିତ ଥିଲେ ।

The post ୭ ଶିଳ୍ପୀଙ୍କୁ ମିଳିଲା ଧର୍ମପଦ ସମ୍ମାନ appeared first on Odisha Reporter.



from Odisha Reporter https://ift.tt/2F9hGYd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages