ହ୍ୱାଇଟ୍ ହାଉସ୍ ବାହାରେ ଫୁଟିଲା ଗୁଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 10, 2020

ହ୍ୱାଇଟ୍ ହାଉସ୍ ବାହାରେ ଫୁଟିଲା ଗୁଳି

ୱାଶିଂଟନ୍‌: ହ୍ୱାଇଟ୍ ହାଉସ୍ ବାହାରେ ଜଣେ ବ୍ୟକ୍ତି ଗୁଳିମାଡ଼ କରିଛନ୍ତି। ଆମେରିକା ରାଷ୍ଟ୍ରପତି ହୋନାଲ୍ଡ ଟ୍ରମ୍ପ ନିଜେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ସ୍ଥିତି ନିୟନ୍ତ୍ରଣରେ ରହିଛି। ଗୁଳିମାଡ଼ ପରେ ସିକ୍ରେଟ୍ ସର୍ଭିସ୍‌ର ଅଧିକାରୀମାନେ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଗୁଳିମାଡ଼ କରିଥିବା ବ୍ୟକ୍ତିଙ୍କୁ କାବୁ କରାଯାଇଛି। ପାଲଟା ଜବାବରେ ତାଙ୍କ ଦେହରେ ଗୁଳି ବାଜିଛି। ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏହା ସହିତ ତତ୍‌କ୍ଷଣାତ୍ କାର୍ଯ୍ୟାନୁଷ୍ଠାନ ନେଇଥିବା ସିକ୍ରେଟ୍ ସର୍ଭିସ୍ ଅଧିକାରୀମାନଙ୍କୁ ଡୋନାଲ୍ଡ ଟ୍ରମ୍ପ ଧନ୍ୟବାଦ ଦେଇଛନ୍ତି।

ହ୍ୱାଇଟ୍ ହାଉସ୍ ବାହାରେ ଗୁଳିମାଡ଼ ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀ କରୁଥିଲେ। ଗୁଳି ଫୁଟିବା ମାତ୍ରେ ସୁରକ୍ଷା ଅଧିକାରୀମାନେ ଟ୍ରମ୍ପକୁ କିଛି ସମୟ ପୋଡିୟମରୁ ଓହ୍ଲାଇ ଯିବା ପାଇଁ କହିଥିଲେ।

ଆମେରିକାରେ କରୋନା ସ୍ଥିତିକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେ ବର୍ତ୍ତମାନ ସୁଦ୍ଧା ପ୍ରାୟ ସାଢ଼େ ୬ କୋଟି ଲୋକଙ୍କର ଟେଷ୍ଟ କରାଇସାରିଛୁ। ଆଉ କୌଣସି ଦେଶ ଏତେ ପରିମାଣରେ ଟେଷ୍ଟ କରାଇ ନାହାନ୍ତି। ୧କୋଟି ୧୦ଲକ୍ଷ ଟେଷ୍ଟ ସହିତ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିବ। ଏହା ସହିତ ଚଳିତ ବର୍ଷ ଶେଷ ସୁଦ୍ଧା କରୋନା ଟିକା ଆମେରିକାକୁ ମିଳିଯିବ ବୋଲି ଟ୍ରମ୍ପ କହିଛନ୍ତି।

ସେହିଭଳି ସେ ଚୀନ ସଂପର୍କରେ ବି ମତ ରଖିଛନ୍ତି। ଟ୍ରମ୍ପ କହିଛନ୍ତି, ଚୀନ ଯାହା କରିଛି, ତାହା ସମସ୍ତେ ଜାଣିଛନ୍ତି। ସେଥିପାଇଁ ଆମେ ଚୀନ ଉପରେ ଅସନ୍ତୁଷ୍ଟ ଅଛୁ। ଚୀନ ଭଲ ନୁହେଁ। ଯଦି ଆମେ ପୁଣି ନିର୍ବାଚନ ଜିତିଯାଉ, ତା’ହେଲେ ମାସେ ମଧ୍ୟରେ ଇରାନ ଆମ ସହିତ ଏକ ଚୁକ୍ତି କରିବ।

The post ହ୍ୱାଇଟ୍ ହାଉସ୍ ବାହାରେ ଫୁଟିଲା ଗୁଳି appeared first on Odisha Reporter.



from Odisha Reporter https://ift.tt/3kwFu8H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages