କୋଭିଡ୍ ହସ୍ପିଟାଲ୍ ବୁଲିବ, ରୋଗୀଙ୍କ ଭଲମନ୍ଦ ବୁଝିବ ଟେକ୍ନିକାଲ ଟିମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 19, 2020

କୋଭିଡ୍ ହସ୍ପିଟାଲ୍ ବୁଲିବ, ରୋଗୀଙ୍କ ଭଲମନ୍ଦ ବୁଝିବ ଟେକ୍ନିକାଲ ଟିମ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର କୋଭିଡ୍ ହସ୍ପିଟାଲ୍‌ଗୁଡ଼ିକରେ ନାନା ଅବ୍ୟବସ୍ଥା ନେଇ କ୍ରମାଗତ ଅଭିଯୋଗ ହେବା ପରେ  ଶେଷରେ ତତ୍ପର ହୋଇଉଠିଛନ୍ତି ରାଜ୍ୟ ସରକାର । ଏଣିକି କୋଭିଡ୍ ହସ୍ପିଟାଲ ଗୁଡ଼ିକରେ କେମିତି ଚାଲିଛି କରୋନା ରୋଗୀଙ୍କ ଚିକିତ୍ସା ସେବା, କେମିତି ରହିଛି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟର ମାନ ଏବଂ ପରିମଳ ବ୍ୟବସ୍ଥା, ଏସବୁର ଟିକିନିଖି ଅନୁଧ୍ୟାନ କରିବ ଏକ ଟେକ୍ନିକାଲ ଟିମ୍  ।

ଟେକ୍ନିକାଲ ଟିମ୍‌ର ସାପ୍ତାହିକ ଗସ୍ତ ସୂଚୀ ନେଇ ମେଡିକାଲ କଲେଜ ଡିନ୍ ସ୍ଥିର କରିବେ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । କୋଭିଡ୍ ହସ୍ପିଟାଲ୍‌ରେ ରୋଗୀଙ୍କୁ ମିଳୁଥିବା ଚିକିତ୍ସା ବ୍ୟବସ୍ଥା ସହ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ବିଷୟରେ ଟିମ୍‌ ସଦସ୍ୟ ପଚାରି ବୁଝିବେ । କେବଳ ସେତିକି ନୁହେଁ, କୋଭିଡ୍‌ରେ ଆଖି ବୁଜିଥିବା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ କିଭଳି କରାଯାଉଛି ସେସବୁର ବି ତଦାରଖ କରିବେ ଟେକ୍ନିକାଲ ଟିମ୍‌ ସଦସ୍ୟ । ପରେ ସ୍ୱାସ୍ଥ୍ୟ ବିଭାଗକୁ ଏ ସମ୍ପର୍କିତଏକ ବିସ୍ତୃତ ବିବରଣୀ ପ୍ରଦାନ କରିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

The post କୋଭିଡ୍ ହସ୍ପିଟାଲ୍ ବୁଲିବ, ରୋଗୀଙ୍କ ଭଲମନ୍ଦ ବୁଝିବ ଟେକ୍ନିକାଲ ଟିମ୍ appeared first on Odisha Reporter.



from Odisha Reporter https://ift.tt/3aGW412

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages