ପୁଣି ଘରକୁ ଘର ବୁଲିଲେ ସ୍ୱାସ୍ଥ୍ୟ ଟିମ୍‌; କରୋନାରୁ ସୁସ୍ଥ ବ୍ୟକ୍ତିଙ୍କର ଚାଲିଛି ସ୍ୱାସ୍ଥ୍ୟ ପରୀକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 19, 2020

ପୁଣି ଘରକୁ ଘର ବୁଲିଲେ ସ୍ୱାସ୍ଥ୍ୟ ଟିମ୍‌; କରୋନାରୁ ସୁସ୍ଥ ବ୍ୟକ୍ତିଙ୍କର ଚାଲିଛି ସ୍ୱାସ୍ଥ୍ୟ ପରୀକ୍ଷା

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ନୂଆ ପଦକ୍ଷେପ। ଆଜିଠାରୁ ଗଞ୍ଜାମ ଜିଲ୍ଲାରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା ଲୋକଙ୍କ ପୁଣି  ଥରେ ଆରମ୍ଭ ହୋଇଛି ସ୍ୱାସ୍ଥ୍ୟ ପରୀକ୍ଷା । ସ୍ୱାସ୍ଥ୍ୟ ଯାଞ୍ଚ ସମୟରେ ସମ୍ପୂର୍ଣ୍ଣ ସୁସ୍ଥ  ଥିବା ବ୍ୟକ୍ତିଙ୍କୁ ପ୍ଲାଜମା ଦାନ ନିମନ୍ତେ ମଧ୍ୟ ଉତ୍ସାହିତ କରୁଛନ୍ତି ସ୍ୱାସ୍ଥ୍ୟ ଟିମ୍‌।  ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳ ସମେତ ସମସ୍ତ ବ୍ଲକରେ ଏହି ପ୍ରକ୍ରିୟା ଆଜିଠୁ ଆରମ୍ଭ ହୋଇଯାଇଛି।  ଏହା ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜଣାଯାଇଛି।

ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟାରେ ଏଏନଏମ୍, ଆଶା, ଅଙ୍ଗନଓ୍ୱାଡି, ଆୟୁଷ ଡାକ୍ତର ପ୍ରମୁଖ ସାମିଲ ହୋଇଛନ୍ତି । ସୁସ୍ଥ ହୋଇଥିବା ବ୍ୟକ୍ତି ସ୍ୱାସ୍ଥ୍ୟ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯିବା ସହ ସେମାନଙ୍କର କିଛି ଜଟିଳ ତଥା ଦୀର୍ଘସ୍ଥାୟୀ ରୋଗ ଥିଲେ ତାହାର ଉପଚାର ନିମନ୍ତେ ଟିମ୍‌ରେ ଥିବା ଡାକ୍ତର ପରାମର୍ଶ ଦେଉଛନ୍ତି। ଏଥିସହ ଯେଉଁମାନେ କରୋନା ପରେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନାହାନ୍ତି ସେମାନେ ପ୍ଲାଜମା ଦାନ କରିବାକୁ ମଧ୍ୟ ଉତ୍ସାହିତ କରୁଛନ୍ତି ଏହି ମେଡିକାଲ ଟିମ୍‌।

ସ୍ୱାସ୍ଥ୍ୟ ଯାଞ୍ଚ ସମୟରେ କୌଣସି ବ୍ୟକ୍ତି ପୁଣି ସଂକ୍ରମଣ ଜଣାପଡିଲେ ସେମାନଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯିବ ବୋଲି ଗତକାଲି  ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଥିଲେ ।

The post ପୁଣି ଘରକୁ ଘର ବୁଲିଲେ ସ୍ୱାସ୍ଥ୍ୟ ଟିମ୍‌; କରୋନାରୁ ସୁସ୍ଥ ବ୍ୟକ୍ତିଙ୍କର ଚାଲିଛି ସ୍ୱାସ୍ଥ୍ୟ ପରୀକ୍ଷା appeared first on Odisha Reporter.



from Odisha Reporter https://ift.tt/3l5tBXM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages