ବରଗଡ଼(ଓଡ଼ିଶା ରିପୋର୍ଟର): ରାସ୍ତା ଖରାପ ଯୋଗୁ ଗାଁକୁ ଆସିପାରିଲା ନାହିଁ ଆମ୍ବୁଲାନ୍ସ। ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀଙ୍କୁ ଖଟିଆରେ ବୋହି ପରିବାର ଲୋକେ ଅଧାବାଟରେ ଅଟକି ରହିଥିବା ଆମ୍ବୁଲାନ୍ସ ନିକଟକୁ ନେଲେ। ହେଲେ ଡାକ୍ତରଖାନାରେ ନେବା ବାଟରେ ଚାଲିଗଲା ଜୀବନ। ଏପରି ଘଟଣା ଘଟିଛି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ କଣ୍ଟାତଲ ଗାଁରେ।
ମିଳିଥିବା ସୂଚନା ଅନୁସାରେ, ଗତକାଲି କଣ୍ଟାତଲ ଗାଁର ସେନାପତି ଝାଙ୍କର ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ପୂର୍ବରୁ ସେ କିଡନୀଜନିତ ରୋଗରେ ଆକ୍ରାନ୍ତ ଥିଲେ। ପରିବାର ଲୋକେ ତାଙ୍କୁ ମେଡିକାଲ ନେବାକୁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ହେଲେ କଣ୍ଟାତଲ ଗାଁରୁ ପତ୍ରାପାଲି ଗାଁକୁ ସଂଯୋଗ କରୁଥିବା ଦେଢ଼ କିଲୋମିଟର ରାସ୍ତା ଖରାପ ଥିଲା। ଯାହାଫଳରେ ଆମ୍ବୁଲାନ୍ସ ଗାଁକୁ ଆସିପାରି ନ ପାରି ପତ୍ରାପାଲି ନିକଟରେ ଅଟକି ରହିଥିଲା।
ଶେଷରେ ପରିବାର ଲୋକେ ସେନାପତିଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ନେଇଥିଲେ। କିନ୍ତୁ ଆମ୍ବୁଲାନ୍ସରେ ସେନାପତିଙ୍କୁ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।
The post ଖଟିଆରେ ବୁହା ହେଲେ ରୋଗୀ, ଆମ୍ବୁଲାନ୍ସରେ ଗଲା ଜୀବନ appeared first on Odisha Reporter.
from Odisha Reporter https://ift.tt/312Wz2x
No comments:
Post a Comment