ମାଲକାନଗିରି( ଜିତେନ୍ଦ୍ର ବେଉରା): ପୋଲରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଉଛୁଳା ନଦୀରେ ଓଲଟି ପଡ଼ିଲା ଏକ ମାଲ ବୋଝେଇ ଟ୍ରକ୍। ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଙ୍କରକୋଣ୍ଡା ନଦୀ ପୋଲରେ। ସ୍ଥାନୀୟ ଲୋକେ ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରିଛନ୍ତି। ଟ୍ରକ୍ଟି ଏବେବି ନଦୀରେ ରହିଛି।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଆନ୍ଧ୍ରରୁ ଏକ ମାଲ ବୋଝେଇ ଟ୍ରକ୍ ମାଲକାନଗିରି ଅଭିମୁଖେ ଆସୁଥିଲା। ତେବେ କାଙ୍କରକୋଣ୍ଡା ପୋଲ ଉପରେ ପାଣି ଚାଲୁଥିବାରୁ ଟ୍ରକ୍ଟି ସେଠାରେ କିଛି ସମୟ ରହିଯାଇଥିଲା। ପରେ ଲୋକେ ମନା କରିବା ସତ୍ତ୍ୱେ ଡ୍ରାଇଭର ପାଣି ଉପର ଦେଇ ଟ୍ରକ୍କୁ ନେବାକୁ ଚେଷ୍ଟା କରିଥିଲେ । ଟ୍ରକ୍ଟି ପୋଲ ଅତିକ୍ରମ କରୁଥିବା ସମୟରେ ଭାରସାମ୍ୟ ହରାଇ ନଦୀକୁ ଖସି ପଡ଼ିଲା। ଡ୍ରାଇଭର ଓ ହେଲପରଙ୍କୁ ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ।
ମାଲିକାନଗିରି ଜିଲ୍ଲାରେ ଏବେବି ଲଗାଣ ବର୍ଷା ଲାଗି ରହିଛି। ଯାହା ଦ୍ୱାରା ଭିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାକୁ ଲାଗିଛି।
The post ପୋଲରେ ଯାଉଥିଲା, ଉଛୁଳା ନଦୀକୁ ଖସି ପଡ଼ିଲା ଟ୍ରକ୍ appeared first on Odisha Reporter.
from Odisha Reporter https://ift.tt/3fWDClZ
No comments:
Post a Comment