ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ପାଳନ କରାଯାଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ଉତ୍ସବମୁଖର ହୋଇଛି ସମଗ୍ର ପଶ୍ଚିମ ଓଡ଼ିଶା। ହେଲେ ଏଥର କରୋନା କଟକଣା ଯୋଗୁଁ ନୂଆଁଖାଇ ମଉଜ ଫିକା ପଡ଼ିଯାଇଛି। କରୋନା ଯୋଗୁ ଭେଟଘାଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକୁ କଟକଣା ଭିତରେ ପରମ୍ପରା ବଜାୟ ରଖିବାକୁ ପ୍ରସ୍ତୁତି କରାଯାଇଛି।
ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ସହ ଅନ୍ୟ ଅଞ୍ଚଳର ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଅର୍ପଣ କରାଯିବ। କୋଭିଡ କଟକଣା ଯୋଗୁଁ ଭକ୍ତଙ୍କୁ ମନ୍ଦିର ବାରଣ ଥିଲେ ବି ରୀତିନୀତି ଅନୁଯାୟୀ ପ୍ରତିବର୍ଷ ଭଳି ମାଙ୍କ ନିକଟରେ ନବାନ୍ନ ଲାଗି କରାଯିବ। ଏଥର ସୋଶାଲ୍ ମିଡିଆରେ ଏହାର ଲାଇଭ ପ୍ରସାରଣ ଦେଖିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।
The post ଆଜି ନୂଆଁଖାଇ appeared first on Odisha Reporter.
from Odisha Reporter https://ift.tt/2Ylj3Kf
No comments:
Post a Comment