ହଟହଟା ହେଲେ କରୋନା ଯୋଦ୍ଧା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 5, 2020

ହଟହଟା ହେଲେ କରୋନା ଯୋଦ୍ଧା

ଆନନ୍ଦପୁର(ମୁନା ସିଂ): ଆଜି ସକାଳ ୮ଟାରେ କରୋନା ମୁକାବିଲା ସଂକ୍ରାନ୍ତୀୟ ଏକ ଜରୁରୀ ବୈଠକ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଆୟୋଜନ ହେବ ବୋଲି ସ୍ଥିର ହୋଇଥିଲା। କରୋନା ମୁକାବିଲାରେ ଆଗ ଧାଡ଼ିର ଯୋଦ୍ଧା ସାଜିଥିବା ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଏହି ବୈଠକରେ ଯୋଗ ଦେବାକୁ କୁହାଯାଇଥିଲା। କିନ୍ତୁ ନିର୍ଦ୍ଧାରିତ ସମୟରେ ପହଞ୍ଚି ମଧ୍ୟ ସେମାନଙ୍କୁ ଖୁବ୍‌ ହଟହଟା ହେବାକୁ ପଡ଼ିଛି।

ଏ  ସମ୍ପର୍କରେ ଜଣେ ଶିକ୍ଷକ କହିଛନ୍ତି, “ମିଟିଂ ସମ୍ପର୍କରେ ପୂର୍ବରୁ କୌଣସି ସୂଚନା ଦିଆଯାଇନଥିଲା। ଗତ ରାତି ୮ଟାରେ ଏ ସମ୍ପର୍କୀତ ଚିଠି ପାଇଲୁ। ଏହାପରେ ସକାଳୁ ସକାଳୁ ଲକ୍‌ଡାଉନ୍‌, ଶଟଡାଉନ୍‌ କଟକଣା ମଧ୍ୟରେ ବର୍ଷା ମାଡ଼ ଖାଇ ଆସି ଯାହା ଦେଖିଲୁ ବୁଦ୍ଧି ହଜିଗଲା।  ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ବାରଣ୍ଡାରେ ପହଞ୍ଚିବା ପରେ ଏଠାରେ କୌଣସି ଅଧିକାରୀ ବା କର୍ମଚାରୀଙ୍କ ଦେଖା ପାଇ ନ ଥିଲୁ। ଫଳରେ ବର୍ଷାରେ ଓଦା ହୋଇଥିବା ବେଳେ  କରୋନା ପରି ମହାମାରୀ ବ୍ୟାପୁଥିବା ସମୟରେ ସାମାଜିକ ଦୂରତାକୁ ନ ମାନି  ଆସି ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ବହୁ  ଶିକ୍ଷକ ଶିକ୍ଷୟିତ୍ରୀ ଏକାଠି ଛିଡ଼ା  ହେବାକୁ ବାଧ୍ୟ ହୋଇଥିଲୁ।” 

ଏଥିରେ ଅତିଷ୍ଠ ହୋଇ ସମ୍ପୃକ୍ତ ଶିକ୍ଷକମାନେ ଅସନ୍ତୋଷ ପ୍ରକାଶ କରିବାରୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ସେଠାରେ ପହଞ୍ଚି  ଉତ୍ତ୍ୟକ୍ତ ଶିକ୍ଷକଙ୍କୁ ବୁଝାଶୁଝା କରିଥିଲେ। ଫଳରେ ନିର୍ଦ୍ଧାରିତ ସମୟରେ ୨ ଘଣ୍ଟା ପରେ ମିଟିଂ ଆରମ୍ଭ ହୋଇଥିଲା। ଏଥିପାଇଁ ଅଧିକାରୀଙ୍କ ଖାମଖିଆଲି ମନୋଭାବକୁ ଦାୟୀ କରିଛନ୍ତି କରୋନା ଯୁଦ୍ଧର ଏହି ଆଗ ଧାଡ଼ିର ଯୋଦ୍ଧାମାନେ। 

ସୂଚନାଯୋଗ୍ୟ, ଆନନ୍ଦପୁର ପୌର ପରିଷଦରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି। ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଶଟଡାଉନ୍‌ ଓ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇ ଯାଞ୍ଚ କଡ଼ାକଡ଼ି କରାଯାଉଛି। ଅନ୍ୟପକ୍ଷରେ ଖୋଦ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଆନନ୍ଦପୁର ପୌର ପରିଷଦର ଶହ ଶହ କାର୍ଯ୍ୟରତ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ବର୍ଷା ଦିନେ ସଭାକୁ ଡାକି କଟକଣାକୁ ଫୁ କରିଦେବା  ଅଭିଯୋଗ ହେଉଛି।

The post ହଟହଟା ହେଲେ କରୋନା ଯୋଦ୍ଧା appeared first on Odisha Reporter.



from Odisha Reporter https://ift.tt/2DAjQ2i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages