ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରିବ ସିବିଆଇ, କେନ୍ଦ୍ରର ମିଳିଲା ଅନୁମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 5, 2020

ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରିବ ସିବିଆଇ, କେନ୍ଦ୍ରର ମିଳିଲା ଅନୁମତି

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ରାଜ୍ୟପାଳ ଫଗୁ ଚୌହାନଙ୍କ ପରେ କେନ୍ଦ୍ର ସରକାର ମଧ୍ୟ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ସହମିତ ପ୍ରକାଶ କରିଛନ୍ତି। ବିହାର ସରକାର ସିବିଆଇ ତଦନ୍ତ ପାଇଁ କରିଥିବା ଆବେଦନକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି।

ତେବେ ଏହା ଦୁଇଟି ରାଜ୍ୟ ମଧ୍ୟରେ ଥିବା ଘଟଣା ହୋଇଥିବାରୁ ସିବିଆଇ ସେତେବେଳେ ତଦନ୍ତ କରିବ ଯେତେବେଳେ ମହାରାଷ୍ଟ୍ର ସରକାର ଏହାର ସୁପାରିସ କରିବେ। ଯଦି ମହାରାଷ୍ଟ୍ର ସରକାର ସହମତି ନହୁଅନ୍ତି, ତା’ହେଲେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ ସିବିଆଇ ଆରମ୍ଭ କରିପାରିବ।

ଆଜି କେନ୍ଦ୍ର ସରକାର ସିବିଆଇ ତଦନ୍ତ ପାଇଁ ସହମତି ହେବା ସହ ସୁପ୍ରିମକୋର୍ଟଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଇଛନ୍ତି। ଏବେ ସୁପ୍ରିମକୋର୍ଟ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ଜୁନ୍‌ ୧୪ ତାରିଖରେ ସୁଶାନ୍ତଙ୍କ ମୃତଦେହ ତାଙ୍କ ବାନ୍ଦ୍ରା ସ୍ଥିତ ବାସଭବନରୁ ମିଳିଥିଲା। ସେ ଆତ୍ମହତ୍ୟା କରିଥିଲେ ହେଁ ଏହା ପଛରେ ଷଡ଼ଯନ୍ତ୍ର ଥିବା ଅଭିଯୋଗ ହୋଇଛି। ସୁଶାନ୍ତଙ୍କ ବାପା କେକେ ସିଂହ ଏନେଇ ପାଟନା ପୁଲିସ୍‌ ନିକଟରେ ଏତଲା ମଧ୍ୟ ଦେଇଛନ୍ତି। ତାଙ୍କ ପୁଅର ମୃତ୍ୟୁ ପାଇଁ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଦାୟୀ ବୋଲି ସେ କହିଛନ୍ତି। ଏହାକୁ ନେଇ ବିହାର ଓ ମୁମ୍ବାଇ ପୁଲିସ୍‌ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି।

The post ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରିବ ସିବିଆଇ, କେନ୍ଦ୍ରର ମିଳିଲା ଅନୁମତି appeared first on Odisha Reporter.



from Odisha Reporter https://ift.tt/2PmjWNM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages