କ୍ଷମା ମାଗିଲେ ବିଗ୍ ବି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 6, 2020

କ୍ଷମା ମାଗିଲେ ବିଗ୍ ବି’

ମୁମ୍ବାଇ: ଅମିତାଭ ବଚ୍ଚନ ସୋଶାଲ୍ ମିଡିଆରେ ଖୁବ୍ ଆକ୍ଟିଭ୍ ରହନ୍ତି। ଏମିତିକି କରୋନାରେ ଆକ୍ରାନ୍ତ ହୋଇ ହସ୍‌ପିଟାଲ୍‌ରେ ଥିବା ବେଳେ ମଧ୍ୟ ସେ ସୋଶାଲ୍ ମିଡିଆରେ ବିଭିନ୍ନ ପୋଷ୍ଟ କରୁଥିଲେ। ତେବେ ଦୁଇ ଦିନ ତଳେ ସେ ଏକ ଭୁଲ୍ ଟ୍ୱିଟ୍ କରିଥିଲେ। ଅବଶ୍ୟ ଜାଣିପାରିବା ପରେ ଗତକାଲି ସେ ଏହାକୁ ସଂଶୋଧନ କରି ନେଇଥିଲେ ଓ କ୍ଷମା ମଧ୍ୟ ମାଗିଥିଲେ।

ବିଗ୍ ବି ତାଙ୍କ ଟ୍ୱିଟ୍‌ର ଆକାଉଣ୍ଟରେ ଏକ କବିତା ପୋଷ୍ଟ କରିଥିଲେ। ଆଉ ଏ କବିତାଟି ତାଙ୍କ ବାପା ଲେଖିଥିଲେ ବୋଲି ସେ ଉଲ୍ଲେଖ କରିଥିଲେ। କିନ୍ତୁ ଉକ୍ତ କବିତାଟିକୁ ବିଶିଷ୍ଟ କବି ତଥା ଗୀତିକାର ପ୍ରସୂନ ଯୋଶୀ ଲେଖିଛନ୍ତି। ଏହା ଜାଣିବା ପରେ ଅମିତାଭ ବଚ୍ଚନ ପୁଣି ଟ୍ୱିଟ୍ କରି ଏ ବାବଦରେ ସୂଚନା ଦେବା ସହିତ କ୍ଷମା ମାଗିଥିଲେ।

ବିଗ୍ ବି ଟ୍ୱିଟ୍ କରି ଲେଖିଥିଲେ- ସଂଶୋଧନ। ଗତକାଲି ଯେଉଁ କବିତାଟି ପ୍ରକାଶିତ ହୋଇଥିଲା, ତା’ର କବି ବାବୁଜୀ ନୁହଁନ୍ତି। ତାହା ଭୁଲ୍ ଥିଲା। ଏହାକୁ ଲେଖିଛନ୍ତି କବି ପ୍ରସୂନ ଯୋଶୀ। ସେଥିପାଇଁ ମୁଁ କ୍ଷମା ମାଗୁଛି।


ଅମିତାଭ ବଚ୍ଚନ କ୍ଷମା ମାଗିବା ପରେ ତାଙ୍କ ପ୍ରଶଂସକ ମାନେ ଏ ଘଟଣାକୁ ହାଲ୍‌କା ଭାବେ ନେବାକୁ ତାଙ୍କୁ ପରାମର୍ଶ ଦେଇଥିଲେ। ତା’ସହିତ ସମସ୍ତେ ପ୍ରସୂନ ଯୋଶୀଙ୍କ ଉକ୍ତ କବିତାକୁ ସେମାନେ ପସନ୍ଦ କରିଥିବା ମଧ୍ୟ କହିଛନ୍ତି।

The post କ୍ଷମା ମାଗିଲେ ବିଗ୍ ବି’ appeared first on Odisha Reporter.



from Odisha Reporter https://ift.tt/2DsVlEC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages