ଗାଁ ମଶାଣିରେ ମିଳିଲାନି ଜାଗା, ପଡ଼ୋଶୀ ଗାଁରେ ପୋଡ଼ିଦେଲେ ଶବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 6, 2020

ଗାଁ ମଶାଣିରେ ମିଳିଲାନି ଜାଗା, ପଡ଼ୋଶୀ ଗାଁରେ ପୋଡ଼ିଦେଲେ ଶବ

ବାଲିଗୁଡ଼ା(ଅଜିତ ନାୟକ): କରୋନା ମହାମାରୀ ଯୋଗୁ ଲୋକେ ଭୟଭୀତ ଅବସ୍ଥାରେ ରହୁଥିବା ବେଳେ କରୋନା ସନ୍ଦେହ ମଧ୍ୟ ଲୋକଙ୍କୁ କଲବଲ କରୁଛି। ଏପରିକି ନିଜ ଗାଁ ମଶାଣିରେ ମୃତଦେହକୁ ଜାଗା ମିଳୁନି। କେତେବେଳେ ପାଖ ପଡ଼ିଶା ନାକ ଟେକୁଛନ୍ତି ତ କେତେବେଳେ ଗାଁ ମଶାଣିରେ ପୋଡ଼ିବାକୁ ଅନୁମତି ଦେଉ ନାହାନ୍ତି। କରୋନା ସନ୍ଦେହରେ ଏପରି ହିନସ୍ତା ହୋଇଛନ୍ତି ଜଣେ ମୃତକଙ୍କ ପରିବାର ଲୋକେ।

ନିଜ ଗାଁ ମଶାଣିରେ ଜାଗା ନ ମିଳିବାରୁ ତରବରିଆ ଭାବେ ରାତି ଅଧରେ ପଡ଼ୋଶୀ ଗାଁରେ ମୃତଦେହ ପୋଡ଼ି ଦେଲେ ପରିବାର ଲୋକେ।  ପୋଡ଼ା ଯାଇଥିବା ଜାଗା ମଶାଣି ହୋଇ ନ ଥିବା ବେଳେ ଗାଁ ଲୋକଙ୍କ ଯାତାୟତ ରାସ୍ତା ହୋଇଥିବାରୁ  ତାତି ଉଠିଛନ୍ତି ସେମାନେ।ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ପୁଲିସ୍‌ ପହଞ୍ଚି ବୁଝାଶୁଝା କରୁଛି।  ଏପରି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ଗ୍ରୀନବାଡ଼ି ଗାଁରେ ଦେଖିବାକୁ ମିଳିଛି।

ଗତକାଲି ବିଳମ୍ବିତ ରାତିରେ ଦାରିଙ୍ଗବାଡ଼ି ଅଞ୍ଚଳରେ  ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ହେଲେ କରୋନା ସନ୍ଦେହରେ ଗାଁ ମଶାଣିରେ ଶବ ସତ୍କାର କରିବାକୁ ଗ୍ରାମବାସୀ ଅନୁମତି ଦେଲେନି। ଶେଷରେ ନିରୂପାୟ ହୋଇ ପରିବାର ଲୋକେ ଗ୍ରୀନବାଡି-ତଗାପଙ୍ଗା ରାସ୍ତା ପାର୍ଶ୍ଵରେ ଆଣି ମୃତଦେହ ପୋଡ଼ି ଦେଇଛନ୍ତି ।  ଏହି ଘଟଣା  ଜଣା ପଡ଼ିବା ପରେ ଗ୍ରୀନବାଡ଼ି ଗାଁର ଶତାଧିକ ଲୋକେ ସକାଳୁ ସକାଳୁ ମୃତକଜଣକ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ଘଟଣାକୁ ତୀବ୍ର ବିରୋଧ କରିଛନ୍ତି।

ମହାମାରୀ କରୋନା ସମୟରେ କିଭଳି ଅନ୍ୟ ଏକ ଗାଁର ଜଣେ ବ୍ୟକ୍ତିଙ୍କୁ ଆମ ଗାଁ ନିକଟରେ  ପୋଡାଗଲା ବୋଲି ଗ୍ରୀନବାଡ଼ି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି ।  ରାତି ଅଧରେ ପରିବାର ଲୋକେ ତରବରିଆ ଭାବେ ଶବ ପୋଡିଥିବା କାରଣରୁ ଶବ ଅର୍ଦ୍ଧଦଗ୍ଧ ଅବସ୍ଥାରେ ରହିଯାଇଥିଲା। ପରେ ଦୁର୍ଗନ୍ଧ ହେବାରୁ ଗାଁ ଲୋକଙ୍କ ବିରୋଧକୁ ଦେଖି ପରିବାର ଲୋକେ ଆଜି ସକାଳୁ ପୁଣି ଥରେ ଶବ ପୋଡ଼ୁଥିବା ଦେଖିବାକୁ ମିଳିଛି । କରୋନା ସମୟରେ ଲୋକେ ଭୟଭୀତ ରହିଥିବା ବେଳେ ଏଭଳି ରାତି ଅଧିଆ ଶବ ପୋଡାକୁ ସେମାନେ ତୀବ୍ର ବିରୋଧ କରିଛନ୍ତି ।

ଖବର ପାଇ ଦାରିଙ୍ଗବାଡ଼ି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ  ଲୋକଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ଲୋକଙ୍କ ବିରୋଧ ଜାରି ରହିଛି । ଅପରପକ୍ଷେ ଗାଁରେ ଶବ ପୋଡ଼ିବାକୁ ଅନୁମତି ନ ମିଳିବାରୁ ପ୍ରଶାସନ ଅନୁମତିକ୍ରମେ ଗ୍ରୀନବାଡ଼ି ଗାଁ ନିକଟରେ ଶବ ସତ୍କାର କରିଥିବା ଗ୍ରାମବାସୀ କହିଛନ୍ତି।

The post ଗାଁ ମଶାଣିରେ ମିଳିଲାନି ଜାଗା, ପଡ଼ୋଶୀ ଗାଁରେ ପୋଡ଼ିଦେଲେ ଶବ appeared first on Odisha Reporter.



from Odisha Reporter https://ift.tt/31slFXh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages