କୁଚିଣ୍ଡା (ଦେବେନ୍ଦ୍ର ବେହେରା): ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ତାଳଡିହି ଗାଁରେ ସାନ ଭାଇର ଆକ୍ରମଣରେ ବଡ଼ଭାଇ ଓ ପୁତୁରାର ମୃତ୍ୟୁ ଘଟିଛି। ଉଭୟଙ୍କ ମୃତଦେହ ଅଙ୍ଗନବାଡ଼ି କେନ୍ଦ୍ର ପାଇଖାନା ଟାଙ୍କିରୁ ଉଦ୍ଧାର କରାଯାଇଛି। ପାଇଖାନା ନିକଟରୁ ମୁମୂର୍ଷୁ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି। ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମହିଳାଜଣଙ୍କ ଅଭିଯୁକ୍ତଙ୍କ ଭାଉଜ ସରିତା ମାଝି ବୋଲି ଜଣାପଡ଼ିଛି। ମୃତକମାନେ ହେଲେ ଦିଲୀପ ମାଝି ଓ ତାଙ୍କ ପୁଅ ବିସ୍ପୋରୂପ ମାଝି। ଅଭିଯୁକ୍ତ ସାନ ଭାଇକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ୪ଟା ସମୟରେ ଦିଲୀପ, ତାଙ୍କ ଚାରିବର୍ଷର ପୁଅ ଓ ସ୍ତ୍ରୀ ଘରେ ଶୋଇଥିବା ବେଳେ ସାନ ଭାଇ ହଠାତ୍ ସେମାନଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ଦିଲୀପ ଓ ତାଙ୍କ ପୁଅର ମୃତ୍ୟୁ ଘଟିଥିଲା। ଅଭିଯୁକ୍ତର ଆକ୍ରମଣରେ ଦିଲୀପଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ। ଏହା ପରେ ଅଭିଯୁକ୍ତ ଦିଲୀପ ଓ ତାଙ୍କ ପୁଅର ମୃତଦେହକୁ ଘର ନିକଟରେ ଥିବା ଅଙ୍ଗନବାଡି ପାଇଖାନା ଟାଙ୍କିରେ ଫିଙ୍ଗି ଦେଇଥିଲା। ସରିତାଙ୍କୁ ଆକ୍ରମଣ କରି ପାଇଖାନା ଟାଙ୍କି ନିକଟରେ ଛାଡ଼ି ପଳାଇ ଯାଇଥିଲେ।
ଆଜି ସକାଳେ ସ୍ଥାନୀୟ ଲୋକେ ସରିତାଙ୍କୁ ପାଇଖାନା ଟାଙ୍କି ନିକଟରେ ମୁମୂର୍ଷୁ ଅବସ୍ଥା ପଡ଼ିଥିବା ଦେଖିବାକୁ ପାଇ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପାଇଖାନା ଟାଙ୍କିରୁ ଦିଲୀପ ଓ ତାଙ୍କ ପୁଅର ମୃତଦେହ ଉଦ୍ଧାର କରିଥିଲା। ପୁଲିସ୍ ମୃତଦେହକୁ ଉଦ୍ଧାର କରି ଘଟଣା ତଦନ୍ତ କରୁଛି।
ତେବେ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ୍ ସନ୍ଦେହ କରୁଛି।
The post ଡବଲ ମର୍ଡଲ; ବଡ଼ଭାଇ, ପୁତୁରାକୁ ମାରି ପାଇଖାନା ଟାଙ୍କିରେ ଫିଙ୍ଗିଦେଲା appeared first on Odisha Reporter.
from Odisha Reporter https://ift.tt/3aflRxl
No comments:
Post a Comment