ନୂଆଦିଲ୍ଲୀ: ଭାରତରେ ମହାମାରୀ କରୋନା ଭାଇରସ ହୁହୁ ହୋଇ ବଢ଼ିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ସହ ତାଳ ଦେଇ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ସ୍ଥିତି ଏପରି ହୋଇଛି ଯେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪୫ ହଜାର ପାର କରିଯାଇଛି।
ସେହିପରି ଗତ ୨୪ ଘଣ୍ଟାରେ ପୁଣି ୫୦ ହଜାରରୁ ଅଧିକ ଲୋକ ଏହି ମହାମାରୀ ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୨ ଲକ୍ଷ ୭୦ ହଜାର ନିକଟରେ ପହଞ୍ଚି ଯାଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ମୋଟ ୫୩,୬୦୧ ଜଣ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୨, ୬୮,୬୭୬କୁ ବୃଦ୍ଧି ପାଇଛି। ଦିନକରେ କରୋନା ପୁଣି ୮୭୧ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪୫,୨୫୭ ଛୁଇଁଛି।
ତେବେ ଗୋଟିଏ ଦିନରେ ୪୭,୭୪୭ ଜଣ ସୁସ୍ଥ ହେବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି। ଏଯାଏ ଦେଶରେ ୧୫,୮୩,୪୯୦ ଜଣ ସୁସ୍ଥ ହେଲେଣି। ବର୍ତ୍ତମାନ ଦେଶରେ ଆକ୍ଟିଭ କେସ ସଂଖ୍ୟା ୬,୩୯,୯୨୯ ରହିଛି। ଏହାର ଅର୍ଥ ଦେଶରେ କରୋନା ଆରୋଗ୍ୟ ହାର ୬୯.୮୦%ରେ ପହଞ୍ଚି ଯାଇଛି।
ଅନ୍ୟପକ୍ଷରେ ଗତକାଲି ମୋଟ ୬,୯୮,୨୯୦ଟି ନମୁନା ପରୀକ୍ଷା ହୋଇଛି। ଏହାକୁ ମିଶାଇ ଦେଶରେ ଏଯାଏ ୨,୫୨,୮୧,୮୪୮ଟି ନମୁନା ପରୀକ୍ଷା ହୋଇଥିବା ଆଇସିଏମଆର ପକ୍ଷରୁ କୁହାଯାଇଛି।
The post ଦେଶରେ କରୋନା ମୃତ୍ୟୁସଂଖ୍ୟା ୪୫ ହଜାର ପାର, ଦିନକରେ ୮୭୧ ମୃତ appeared first on Odisha Reporter.
from Odisha Reporter https://ift.tt/3aiQp0X
No comments:
Post a Comment