ଦେଶରେ ୫୦ ହଜାର ଡେଇଁଲା କରୋନା ମୃତ୍ୟୁସଂଖ୍ୟା: ଦିନକରେ ୯୪୧ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 17, 2020

ଦେଶରେ ୫୦ ହଜାର ଡେଇଁଲା କରୋନା ମୃତ୍ୟୁସଂଖ୍ୟା: ଦିନକରେ ୯୪୧ ମୃତ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସ ଥମିବାର ନାଁ ଧରୁନି। ଭାରତରେ କ୍ରମାଗତ ମୃତ୍ୟୁହାର କମୁଥିବା ସରକାର କହୁଥିଲେ ହେଁ ପ୍ରତିଦିନ ପ୍ରାୟ ଏକ ହଜାର ଲୋକ ଏହି ପ୍ରାଣଘାତୀ ଭାଇରସ ଯୋଗୁ ପ୍ରାଣ ହରାଉଛନ୍ତି। ସ୍ଥିତି ଏପରି ହୋଇଛି ଯେ ବର୍ତ୍ତମାନ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୦ ହଜାର ପାର କରି ଯାଇଛି। ରବିବାର କରୋନା ଆଉ ୯୪୧ ଜଣଙ୍କ ମୁଣ୍ଡ ନେଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଆଉ ୫୭,୯୮୨ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୬,୪୭,୬୬୪କୁ ବୃଦ୍ଧି ପାଇଛି। ସେହିପରି ଗୋଟିଏ ଦିନରେ ୯୪୧ ଜଣଙ୍କ ଜୀବନ ଯିବାରୁ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୦,୯୨୧ ଛୁଇଁଛି।

ତେବେ ରବିବାର ରେକର୍ଡ ୫୭,୫୮୪ ଜଣ ସୁସ୍ଥ ହେବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି। ବର୍ତ୍ତମାନ ଦେଶରେ ୧୯,୧୯,୮୪୨ ଜଣ ଆରୋଗ୍ୟ ଲାଭ କଲେଣି। ଦେଶରେ ଆକ୍ଟିଭ କେସ ସଂଖ୍ୟା ୬,୭୬,୯୦୦ ରହିଛି।

ଅନ୍ୟପକ୍ଷରେ ଦେଶର କରୋନା ଟେଷ୍ଟ ସଂଖ୍ୟା ରବିବାର ୩ କୋଟି ପାର କରିଛି। ରବିବାର ମୋଟ ୭,୩୧,୬୯୭ଟି ନମୁନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ଦେଶରେ ଏଯାଏ ୩,୦୦,୪୧,୪୦୦ଟି ନମୁନା ପରୀକ୍ଷା କରାଗଲାଣି।

The post ଦେଶରେ ୫୦ ହଜାର ଡେଇଁଲା କରୋନା ମୃତ୍ୟୁସଂଖ୍ୟା: ଦିନକରେ ୯୪୧ ମୃତ appeared first on Odisha Reporter.



from Odisha Reporter https://ift.tt/31XQ8wT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages