ବରିଷ୍ଠ କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 17, 2020

ବରିଷ୍ଠ କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଜଣେ ବରିଷ୍ଠ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି।  ସେ ହେଉଛନ୍ତି କୋରାପୁଟର ତତ୍‌କାଳୀନ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ ମହାନ୍ତି।

ଜୁଲାଇ ୨ ତାରିଖରେ ପ୍ରଦୀପଙ୍କ ଗାଡ଼ିରୁ ଭିଜିଲାନ୍ସ ଅଧିକାରୀମାନେ ୧୧ ଲକ୍ଷ ଟଙ୍କା ଜବତ କରିଥିଲେ। ଆଉ ସେହିଦିନ ହିଁ ତାଙ୍କୁ ଗିରଫ କରି ଜେଲ ପଠା ଯାଇଥିଲା। ଏଥିସହ ତାଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ ସରକାର।

ତାଙ୍କ ଘରେ ଚଢ଼ଉ କରାଯାଇ ୩.୫ କୋଟି ଟଙ୍କାର ସଂପତ୍ତି ମଧ୍ୟ ଠାବ କରାଯାଇଥିଲା। ଏହାପରେ ଆଜି ପ୍ରଦୀପଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି ।

ସୂଚନାଯୋଗ୍ୟ, ନିକଟରେ ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଥିଲେ। ତାଙ୍କ ନାଁରେ ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଥିଲା। ଜୁଲାଇ ୯ ତାରିଖରେ ତାଙ୍କୁ ମହିଳା ଥାନା ପୁଲିସ ଗିରଫ କରିଥିଲା। ଏହାପରେ ତାଙ୍କୁ ସରକାର ଚାକିରିରୁ ନିଲମ୍ବିତ କରିଥିଲେ।

 

 

The post ବରିଷ୍ଠ କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର appeared first on Odisha Reporter.



from Odisha Reporter https://ift.tt/2FxjyKD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages