ଭଦ୍ରକ (ପାର୍ଥ ସାରଥୀ ନାୟକ): ଋଣ ଶୁଝିବା ଚିନ୍ତାରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଦୁଃଖଦ ଘଟଣା ଘଟିଛି ଭଦ୍ରକ ବ୍ଲକ ଅର୍ଣ୍ଣପାଳ ପଞ୍ଚାୟତର ରାଜୁଆଳି ବିନ୍ଧା ଗାଁରେ। ମୃତକଙ୍କ ନାଁ ମହେଦ୍ର ଦାସ।
ସୂଚନା ଅନୁସାରେ, ମହେନ୍ଦ୍ରଙ୍କ ସ୍ତ୍ରୀ ଓ ତାଙ୍କ ବୋହୂ ଏକ ଘରୋଇ ଅର୍ଥ ଲାଗାଣକାରୀ ସଂସ୍ଥାଠାରୁ ୫୦ ହଜାରରୁ ଅଧିକ ଟଙ୍କା ଋଣ ଆଣିଥିଲେ। ହେଲେ କରୋନା ପାଇଁ କାମଧନ୍ଦା ବନ୍ଦ ଥିବାରୁ ସେମାନେ ଆଉ ଟଙ୍କା ଶୁଝି ପାରି ନଥିଲେ। ଆଉ ତାଙ୍କ ଦୁଇ ପୁଅ ମଧ୍ୟ କାମ ଧନ୍ଦା ନପାଇ ଗାଁକୁ ପଳାଇ ଆସିଥିଲେ। ହେଲେ ଋଣ ଟଙ୍କା ଫେରାଇବା ପାଇଁ ଫାଇନାନ୍ସ କମ୍ପାନୀ ବାଧ୍ୟ କରିଥିଲା। ସେଥିପାଇଁ ଗତ କିଛି ଦିନ ହେବ ମହେନ୍ଦ୍ର ମାନସିକ ଚାପରେ ରହୁଥିଲେ। ତେଣୁ ମାନସିକ ଭାରସାମ୍ୟ ହରାଇ ଆଜି ସକାଳେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଓ ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି।
The post କରୋନା କରାଇ ଦେଲାନି କାମଧନ୍ଦା, ଋଣ ଶୁଝିବା ଚିନ୍ତାରେ ଜୀବନ ହାରିଲେ appeared first on Odisha Reporter.
from Odisha Reporter https://ift.tt/31enNlD
No comments:
Post a Comment