ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନ୍ଲାଇନ୍ରେ ଶିକ୍ଷାଦାନ ପାଇଁ ଶିକ୍ଷକମାନେ ତାଲିମ ନେବେ। ଏହା କହିଛନ୍ତି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
ସେ କହିଛନ୍ତି, “ରାଜ୍ୟର ୧୦୧ ଉତ୍କର୍ଷ ବିଦ୍ୟାଳୟରୁ ୨ ଜଣ ଲେଖାଏଁ ଶିକ୍ଷକ , ୩୦ ଜିଲ୍ଲାର ୩୦ଟି ଯୁକ୍ତ ଦୁଇ କଲେଜ୍ ଓ ଶିକ୍ଷକ ଶିକ୍ଷା କଲେଜର ଶିକ୍ଷକଙ୍କୁ ଅନଲାଇନରେ ଶିକ୍ଷାଦାନ ପାଇଁ ତାଲିମ ଦିଆଯିବ। ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସେମାନଙ୍କୁ ତାଲିମ ଦିଆଯିବ। ଆସନ୍ତା ୪ ତାରିଖରୁ ୫ ଦିନ ଧରି ସେମାନଙ୍କୁ ଟ୍ରେନିଂ ଦିଆଯିବ। ୨ ଘଣ୍ଟା ଧରି ସେମାନେ ତାଲିମ ନେବେ। ଏସବୁ ଶିକ୍ଷାନଷ୍ଠାନ ଗୁଡ଼ିକରେ ଶିକ୍ଷାଦାନ ଯେପରି କରୋନା ପାଇଁ ପ୍ରଭାବିତ ନହେବ ଓ ରେଜଲ୍ଟ ହାର ବଢିବ ସେଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।”
ସେହିପରି ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଜିରୋ ରେଜଲ୍ଟ ହୋଇଥିବା ୩୧ଟି ସ୍କୁଲର ପ୍ରଧାନଶିକ୍ଷକଙ୍କ ସହ ଖୁବ୍ ଶୀଘ୍ର ଆଲୋଚନା କରିବେ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।
ଏହା ସହିତ ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଦିନେ ଦୁଇ ଦିନ ଭିତରେ ଯୁକ୍ତ ଦୁଇ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିନ୍ତି।
The post ୪ ତାରିଖରୁ ଶିକ୍ଷକମାନଙ୍କ ପାଇଁ ନୂଆ କାର୍ଯ୍ୟକ୍ରମ, ମନ୍ତ୍ରୀ କ’ଣ କହିଲେ ପଢ଼ନ୍ତୁ appeared first on Odisha Reporter.
from Odisha Reporter https://ift.tt/39MGH6I
No comments:
Post a Comment