ସୋନପୁର(ରବୀନ୍ଦ୍ର ହୋତା): ଫିଲ୍ମ ‘ଶକୁନ୍ତଳା ଦେବୀ’ ରେ ସମ୍ବଲପୁରୀ ବାନ୍ଧ ଶାଢ଼ି ପିନ୍ଧି ବେଶ୍ ସୁନ୍ଦର ଦେଖାଯାଉଥିଲେ ଅଭିନେତ୍ରୀ ବିଦ୍ୟା ବାଲାନ । ବିଦ୍ୟା ଏହି ଶାଢି ପିନ୍ଧିବା ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଏହି ଶାଢ଼ିକୁ ନେଇ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା। ବିଦ୍ୟା ବାଲାନ ଏହି ଶାଢ଼ି ପିନ୍ଧି ‘ଶକୁନ୍ତଳା ଦେବୀ’ ଫିଲ୍ମର ପ୍ରମୋସନ କରିବା ପରେ ଶାଢ଼ିକୁ ଚାରିଆଡୁ ପ୍ରଶଂସା ମିଳିଥିଲା। ଖୋଦ ବିଦ୍ୟା ମଧ୍ୟ ଏହାକୁ ପିନ୍ଧି ଖୁବ୍ ଖୁସି ଅନୁଭବ କରୁଥିବା କହୁଥିବା ବେଳେ ଏହାର ବୁଣାକାରଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ।
ଚୁକ୍ତି ମୁତାବକ ବିଦ୍ୟା ଏହି ଶାଢ଼ି ପିନ୍ଧିବା ପରେ ଫେରାଇ ଦେଇଥିଲେ। ଶାଢ଼ିଟି ଓଡ଼ିଶା ଫେରି ଆସିଥିବା ଖବର ପ୍ରଚାରିତ ହେବା ପରଠାରୁ ଲାଇମ୍ଲାଇଟ୍ରେ ଥିବା ଏହି ସମ୍ବଲପୁରୀ ବାନ୍ଧ ଶାଢ଼ି କିଣିବା ପାଇଁ ବହୁ ବ୍ୟକ୍ତି ଆଗ୍ରହ ପ୍ରକାଶ କଲେ। ଫଳରେ ଅଗଷ୍ଟ ୧୫ରୁ ଅନ୍ଲାଇନ୍ରେ ଏହାର ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ଆସନ୍ତା ୨୦ ତାରିଖ ରାତି ୧୦ ଯାଏ ଚାଲିବ । ନିଲାମରେ ଭାଗ ନେବାକୁ ଚାହୁଁଥିବା ଇଚ୍ଛୁକ ବ୍ୟକ୍ତି ଗୁଗୁଲ ଫର୍ମସରେ ଆବେଦନ କରିପାରିବେ । ନିଲାମରୁ ଯେଉଁ ଅର୍ଥ ସଂଗୃହୀତ ହେବ, ତାକୁ ବୁଣାକାର ଭାଗବତ ମେହେରଙ୍କୁ ଦିଆଯିବ।
ଉତ୍କଳ ଅମ୍ରିତା ବ୍ରାଣ୍ଡ ନାଁରେ ଏହାକୁ ବିଦ୍ୟା ବାଲାନଙ୍କ ନିକଟରେ ସାବତ ଏକ୍ସପୋର୍ଟ ପ୍ରାଇଭେଟ୍ ଲିମିଟେଡର ପ୍ରତିଷ୍ଠାତା ଅନୀତା ସାବତ ଓ ଅମ୍ରିତା ସାବତ ପହଞ୍ଚାଇଥିଲେ। ସେମାନେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପ୍ରତି ରାତି ୧୦ଟାରେ ଦିନର ହାଇଏଷ୍ଟ ବିଡର ଓ ମୂଲ୍ୟ ଘୋଷଣା କରାଯିବ। ସୋଶାଲ ମିଡିଆ, ଟ୍ୱିଟର,ଫେସବୁକ ଓ ଇନଷ୍ଟାଗ୍ରାମ୍ରେ ଏହାକୁ ଚେକ୍ କରିହେବ।
ଏହାବ୍ୟତୀତ, ସେମାନେ କହିଛନ୍ତି ବୁଣାକାର ଭାଗବତ ମେହର ଶାଢ଼ି ଡିଜାଇନ ପ୍ରସ୍ତୁତ କରିଥିବା ବେଳେ ତାଙ୍କୁ ଶ୍ରେୟ ମିଳୁ ନ ଥିବାରୁ ସେ ମନ କଷ୍ଟ କଲେ। କିନ୍ତୁ ବିଦ୍ୟା ବାଲାନ ପିନ୍ଧିବା ପରେ ସେ ବହୁତ ଖୁସି ହେଲେ। ତେଣୁ ନିଲାମ ପ୍ରକ୍ରିୟାରୁ ସଂଗୃହୀତ ଅର୍ଥ ତାଙ୍କୁ ଦିଆଯିବ।
ବୁଣାକାର ଭାଗବତ ମେହେର କହିଛନ୍ତି, ୨୦୧୫-୧୬ରେ ସେ ଶାଢି ଡିଜାଇନ କରିଥିଲି। ଟଙ୍କାରେ କିଛି ନାହିଁ। ସବୁଆଡେ ନାଁ ମିଳୁଛି, ପ୍ରଶଂସା ମିଳୁଥିବାରୁ ବହୁତ ଖୁସି ଅଛି।
The post ଫିଲ୍ମ ‘ଶକୁନ୍ତଳା ଦେବୀ’ ରେ ବିଦ୍ୟା ପିନ୍ଧିଥିବା ସମ୍ବଲପୁରୀ ଶାଢ଼ି ନିଲାମ ହେବ appeared first on Odisha Reporter.
from Odisha Reporter https://ift.tt/2Yccslg
No comments:
Post a Comment