ଦଳେଇପୁଟ ଗାଁରେ ପୁଣି ବୋମାମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 17, 2020

ଦଳେଇପୁଟ ଗାଁରେ ପୁଣି ବୋମାମାଡ଼

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଳେଇପୁଟ ଗାଁରେ ଗତକାଲି ବିଳମ୍ବିତ ରାତିରେ ପୁଣି ଥରେ ବୋମାମାଡ଼ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ହୃନ୍ଦାନନ୍ଦ ସ୍ୱାଇଁଙ୍କ ଘର ଉପରକୁ ଦୁଇଟି ବୋମା ଫିଙ୍ଗି ଫେରାର ହୋଇଯାଇଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି। ବୋମାମାଡ଼ରେ ହୃନ୍ଦାନନ୍ଦଙ୍କ ପରିବାର କେହି ଆହତ ହୋଇ ନଥିବା ବେଳେ ତାଙ୍କ ଘରର କାନ୍ଥ ନଷ୍ଟ ହୋଇଯାଇଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ଏନେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଅଗଷ୍ଟ ୧୧ ତାରିଖରେ ହୃନ୍ଦାନନ୍ଦଙ୍କ ଘର ଉପରକୁ ବୋମାମାଡ ହୋଇଥିଲା। ଏଥିରେ ତାଙ୍କ ପରିବାରର ଜଣେ ଆହତ ହୋଇଥିଲେ। ଏନେଇ ହୃଦାନନ୍ଦ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ୍ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିନାହିଁ। ବାରମ୍ବାର ତାଙ୍କ ଘର ଉପରେ ବୋମାମାଡ ହେଉଥିବାରୁ ହୃଦାନନ୍ଦଙ୍କ ପରିବାର ପୁଲିସ୍‌ଠାରୁ ସୁରକ୍ଷା ଚାହୁଁଛନ୍ତି।

The post ଦଳେଇପୁଟ ଗାଁରେ ପୁଣି ବୋମାମାଡ଼ appeared first on Odisha Reporter.



from Odisha Reporter https://ift.tt/2Q5sbhi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages