ଆବଶ୍ୟକ ସାମଗ୍ରୀ : ଚିଙ୍ଗୁଡ଼ି ଭଜା, କଖାରୁ ପତ୍ର, କଟା ପିଆଜ, ରସୁଣ, କଞ୍ଚାଲଙ୍କା, ଲୁଣ, ତେଲ ଏବଂ ଚାଉଳରେ ଜିରା, ହଳଦୀ, ଧନିଆ, ଲୁଣ ଓ ଲଙ୍କାଗୁଣ୍ଡା ମିଶା ପିଠଉ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ି ମାଛରେ ଲୁଣ ଓ ହଳଦୀ ମିଶାଇ ଭାଜି ଦିଅନ୍ତୁ। ଚାଉଳକୁ ବାଟି ସେଥିରେ ଲୁଣ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ ମିଶାଇ ପିଠଉ ପ୍ରସ୍ତୁତ କରି ରଖନ୍ତୁ।
ଏହାପରେ ଭଜା ଚିଙ୍ଗୁଡ଼ି ମାଛରେ ରସୁଣ, କଟା ପିଆଜ ଓ କଞ୍ଚାଲଙ୍କା ପକାଇ ଭଲ ଭବାରେ ଛେଚି ଦିଅନ୍ତୁ। କଖାରୁ ପତ୍ରରେ ଚିଙ୍ଗୁଡ଼ି ଛେଚା ରଖି ତାକୁ ଭଲ ଭାବରେ ଗୁଡ଼ାଇ କାଠି ଦ୍ୱାରା ଗୁନ୍ଥି ରଖନ୍ତୁ।
ଗ୍ୟାସ୍ ଲଗାଇ ତାୱାରେ ତେଲ ଗରମ କରନ୍ତୁ। ଏହାପରେ ଚିଙ୍ଗୁଡ଼ି ପୁରଦିଆ କଖାରୁ ପତ୍ରକୁ ଚାଉଳ ପିଠଉରେ ବୁଡ଼ାଇ ସେକନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା କଖାରୁ ପତ୍ର ଚିଙ୍ଗୁଡ଼ି ପିଠଉ।
The post କଖାରୁ ପତ୍ର ଚିଙ୍ଗୁଡ଼ି ପିଠଉ appeared first on Odisha Reporter.
from Odisha Reporter https://ift.tt/345nfkM
No comments:
Post a Comment