ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସ ହୁହୁ ହୋଇ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଲକ୍ଷ ପାର କରି ଯାଇଛି। ଜାନୁଆରୀ ୩୦ରେ ଦେଶରେ ପ୍ରଥମ କରୋନା ଭାଇରସରେ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିଲେ।
ଏହାପରଠାରୁ କ୍ରମାଗତ ଭାବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ମୋଟ ୬୪,୫୫୩ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେହିପରି ଦିନକରେ କରୋନା ୧୦୦୭ ଜଣଙ୍କ ଜୀବନ ନେଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ୬୪ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୪,୬୧,୧୯୧ରେ ପହଞ୍ଚି ଯାଇଛି। ସେହିପରି ଦିନକରେ କରୋନା ୧୦୦୭ ଜଣଙ୍କ ମୁଣ୍ଡ ନେବାରୁ କରୋନା ଜନିତ ମୃତ୍ୟୁସଂଖ୍ୟା ୪୮,୦୪୦କୁ ବୃଦ୍ଧି ପାଇଛି। ତେବେ ଦିନକରେ ୫୫,୫୭୩ ଜଣ ସୁସ୍ଥ ହେବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି।
ଗତକାଲିର ସୁସ୍ଥଙ୍କ ସଂଖ୍ୟାକୁ ମିଶାଇଲେ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୭,୫୧,୫୫୫ ହୋଇଯାଇଛି। ଏହାର ଅର୍ଥରେ ଦେଶରେ ଆକ୍ଟିଭ କେସ ସଂଖ୍ୟା ୬,୬୧,୫୯୫ ରହିଛି।
ଅନ୍ୟପକ୍ଷରେ ଏଯାଏ ଦେଶରେ ମୋଟ ୨,୭୬,୯୪,୪୧୬ଟି ନମୁନା ପରୀକ୍ଷା କରାଯାଇଛି। କେବଳ ଗୁରୁବାର ଟେଷ୍ଟ ସଂଖ୍ୟା ୮,୪୮,୭୨୮ ରହିଥିଲା।
The post ୨୪ ଲକ୍ଷ ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା: ଦିନକରେ ୬୪,୫୫୩ ପଜିଟିଭ, ୧୦୦୭ ମୃତ appeared first on Odisha Reporter.
from Odisha Reporter https://ift.tt/31WUl3Y
No comments:
Post a Comment