ମିଳିଲା ମହିଳା ଡାକ୍ତରଙ୍କ ମୃତଦେହ, ବାହା ହେବାକୁ ଚାପ ପକାଉଥିଲେ ସିନିୟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 19, 2020

ମିଳିଲା ମହିଳା ଡାକ୍ତରଙ୍କ ମୃତଦେହ, ବାହା ହେବାକୁ ଚାପ ପକାଉଥିଲେ ସିନିୟର

ନୂଆଦିଲ୍ଲୀ: ଆଗ୍ରାର ସରୋଜିନୀ ନାଇଡୁ ମେଡିକାଲ୍ କଲେଜରୁ ଏମ୍‌ଏସ୍‌ (ମାଷ୍ଟର ଅଫ୍ ସର୍ଜରୀ) ପାସ୍ କରିଥିବା ଜଣେ ଯୁବତୀଙ୍କୁ ହତ୍ୟା କରାଯାଇଛି। ବୁଧବାର ସକାଳେ ତାଙ୍କ ମୃତଦେହକୁ ଆଗ୍ରାର ବମରୋଲି ଅହିର ଅଞ୍ଚଳରୁ ଏକ ଖାଲି ଫ୍ଲାଟ୍‌ରୁ ଉଦ୍ଧାର କରାଯାଇଥିଲା। ତାଙ୍କ ମୁଣ୍ଡରେ ଏକାଧିକା ଥର ଆଘାତ କରାଯାଇଥିବା ପୁଲିସ୍ କହିଛି।

ମୃତ ଡାକ୍ତରଙ୍କ ନାଁ ଯୋଗୀତା ଗୌତମ। ତାଙ୍କ ଘର ଦିଲ୍ଲୀର ଶିବପୁରୀ ଅଞ୍ଚଳରେ। ତାଙ୍କ ବାପା ଓ ଭାଇ ମଧ୍ୟ ଡାକ୍ତର। ମଙ୍ଗଳବାର ରାତିରୁ ଯୋଗୀତାଙ୍କ ସହିତ ସେମାନଙ୍କର ଯୋଗାଯୋଗ ହୋଇପାରୁ ନଥିଲା। ତାଙ୍କ ଫୋନ୍ ସୁଇଚ୍ ଅଫ୍ ଥିଲା। ଶେଷଥର ପାଇଁ ମଙ୍ଗଳବାର ଅପରାହ୍ନ ୩ଟାରେ ତାଙ୍କୁ କଲେଜରେ ଦେଖିବାକୁ ମିଳିଥିଲା। ମଙ୍ଗଳବାର ତାଙ୍କର ଫାଇନାଲ୍ ଇୟର ରେଜଲ୍ଟ ପ୍ରକାଶ ପାଇଥିଲା ଓ ସେ ଏଥିରେ କୃତକାର୍ଯ୍ୟ ହୋଇଥିଲେ।

ଯୋଗୀତାଙ୍କ ଘର ଲୋକେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଅପହରଣ କରି ହତ୍ୟା କରାଯାଇଛି। ସେମାନେ ଏନେଇ ଆଗ୍ରାର ଏମ୍‌ଏମ୍ ଗେଟ୍ ପୋଲିସ୍ ଷ୍ଟେସନ୍‌ରେ ଡାକ୍ତର ବିବେକ ତିୱାରୀଙ୍କ ନାଁରେ ଏତଲା ଦେଇଥିଲେ ଓ ଏହା ପରେ ପୁଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଯୋଗୀତାଙ୍କ ଘର ଲୋକଙ୍କ କହିବା ଅନୁଯାୟୀ ସେ ମୋରାଦାବାଦର ଏକ ମେଡିକାଲ୍‌ କଲେଜରୁ ଏମ୍‌ବିବିଏସ୍ ପାସ୍ କରିଥିଲେ। ସେଠାରେ ବିବେକ ତିୱାରୀ ତାଙ୍କ ସିନିୟର ଥିଲେ। ସେ କାନପୁରର ବାସିନ୍ଦା। ସେ ଯୋଗୀତାଙ୍କୁ ବାହା ହେବାକୁ ଚାହୁଁଥିଲେ ଓ ଏଥିପାଇଁ ସବୁବେଳେ ଚାପ ପକାଉଥିଲେ। ଏପରିକି ବିକେବ ତିୱାରୀ ଫୋନ୍ କରି ଯୋଗୀତାଙ୍କୁ ରାଜି କରାଇବାକୁ ସେମାନଙ୍କୁ ବି ଧମକ ଦେଇଥିଲେ।

 

The post ମିଳିଲା ମହିଳା ଡାକ୍ତରଙ୍କ ମୃତଦେହ, ବାହା ହେବାକୁ ଚାପ ପକାଉଥିଲେ ସିନିୟର appeared first on Odisha Reporter.



from Odisha Reporter https://ift.tt/3geaO8L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages