ବିପଦ ସଂକେତ ଟପିଲା ଜଳକା, ଫୁଲୁଛି ବୈତରଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 19, 2020

ବିପଦ ସଂକେତ ଟପିଲା ଜଳକା, ଫୁଲୁଛି ବୈତରଣୀ

ଭଦ୍ରକ/ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବହୁ ଏକର ଚାଷ ଜମିରେ ପାଣି ପଶି ଯିବା ସହ ତଳିଆ ଅଞ୍ଚଳର ଜଳମଗ୍ନ ହୋଇ ଯାଇଛି। ଲଗାଣ ବର୍ଷା ଯୋଗୁ ପୂର୍ବରୁ ମାଲକାନଗିରି ଜିଲ୍ଲାରେ ବହୁ କ୍ଷୟକ୍ଷତି ଘଟି ସାରିଥିବା ବେଳେ ଜିଲ୍ଲାର ବହୁ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି। ଏବେ ଉପକୂଳ ଅଞ୍ଚଳର ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବାହିତ ଜଳକା ଓ ବୈତରଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଏଥିଯୋଗୁ ଉଭୟ ଜିଲ୍ଲାବାସୀ ଚିନ୍ତିତ ଥିବା ବେଳେ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ଆଲର୍ଟ ରହିଛି ଜିଲ୍ଲା ପ୍ରଶାସନ।

ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଳକ୍ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି । ନଦୀର ଉପର ମୁଣ୍ଡରେ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ଗତକାଲିଠାରୁ ବର୍ଷା ହେବା ଫଳରେ ନଦୀର ଜଳସ୍ତର ବଢିବାରେ ଲାଗିଛି ।

ଜଳକା ନଦୀରେ ଜଳସ୍ତର ବଢ଼ୁଛି

 

ନଦୀର ମଥାନୀଠାରେ ବିପଦ ସଙ୍କେତ ୫.୫୦ ଥିବାବେଳେ ସକାଳ ୬ଟା ସୁଦ୍ଧା ୬.୬. ମିଟରରେ ଜଳ ପ୍ରବାହିତ ହେଉଛି। ଏହିଭଳି ଭାବରେ ବର୍ଷା ଲାଗି ରହିଲେ ବସ୍ତା ବ୍ଳକ୍‌ର ୧୦ଟି ପଞ୍ଚାୟତ ସମେତ ସଦର ବ୍ଳକ୍‌ର ୨ଟି ପଞ୍ଚାୟତରେ ବନ୍ୟା ଆଶଙ୍କା ଦେଖା ଦେଇଛି।

ଫୁଲିବାରେ ଲାଗିଛି ଜଳକା ନଦୀ

 

ଅପରପକ୍ଷେ, ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲ୍ଲାରେ ମଧ୍ୟ  ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ ନଦୀର ଜଳ ସ୍ତର ବଢ଼ିବାରେ ଲାଗିଛି। ବୈତରଣୀ ନଦୀର ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ,  ସକାଳ ୬ଟା ସୁଦ୍ଧା ୧୭.୫୬ ମିଟର ଜଳସ୍ତର ପ୍ରବାହିତ ହେଉଛି। ଘଣ୍ଟାକୁ .୮୯ ମିଟର ଅନୁଯାୟୀ ଜଳସ୍ତର ବଢ଼ିବାରେ ଲାଗୁଛି।

ଜ଼ିଲ୍ଲାରେ ଦୁଇ ଦିନ ଧରି ଲାଗିରହିଛି ଲଘୁଚାପ ଜନିତ ଲଗାଣ ବର୍ଷା। ଫଳରେ ବିଭିନ୍ନ ବ୍ଲକରେ ତଳିଆ ଅଞ୍ଚଳରେ ଥିବା ଚାଷ ଜମିରେ ବର୍ଷା ପାଣି ଜମି ରହିଛି। ଉପରେ ମୁଣ୍ଡରେ ଯଦି ବର୍ଷା ଲାଗି ରୁହେ ଜଳସ୍ତର ବୃଦ୍ଧି ପାଇବା ସହ ବିପଦ ସଂକେତ ଅତିକ୍ରାନ୍ତ କରିବା ଆଶଙ୍କା ସୃଷ୍ଟି ହୋଇଛି।

ବୈତରଣୀ ନଦୀରେ ବଢ଼ୁଛି ଜଳସ୍ତର

ଅପରପକ୍ଷେ ସମ୍ଭାବ୍ୟ ବନ୍ୟା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ପ୍ରବଳ ବର୍ଷା ହେବା ଦ୍ୱାରା ପାଣି ଜମିବା, ଆକସ୍ମିକ ବନ୍ୟା ଏବଂ  ଭୂସ୍ଖଳନ ନେଇ ଆଲର୍ଟ ଜାରି କରାଯାଇଛି । ଏନେଇ ବିଡିଓ, ତହସିଲଦାର, ଇଂଜିନିୟର, ଓଡ୍ରାଫ୍ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦିଅଯାଇଛି । ନଦୀ ବନ୍ଧ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଆସନ୍ତାକାଲିଠାରୁ ବର୍ଷାର ପରିମାଣ କମିବ ବୋଲି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର  ।

The post ବିପଦ ସଂକେତ ଟପିଲା ଜଳକା, ଫୁଲୁଛି ବୈତରଣୀ appeared first on Odisha Reporter.



from Odisha Reporter https://ift.tt/3l1QHyk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages