ଓ୍ୱାଶିଂଟନ: ଆମେରିକାରେ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍ ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଭାରତୀୟ ବଂଶୋଦ୍ଭବ ତଥା ସିନେଟର କମଲା ହାରିସଙ୍କ ନାଁ ଘୋଷଣା କରିଛନ୍ତି। ଏହି ପଦବୀ ପାଇଁ କମଲା ହାରିସ୍ ହେଉଛନ୍ତି ପ୍ରଥମ ଅଶ୍ୱେତ ମହିଳା। ଏହା ପୂର୍ବରୁ ମଧ୍ୟ ଜଣେ ମହିଳା ପ୍ରାର୍ଥୀ ଭାବରେ ସେ ଏହି ପଦବୀ ପାଇଁ ପ୍ରାର୍ଥୀ ହୋଇସାରିଛନ୍ତି। ଯଦିଓ ସେ କୃଷ୍କକାୟ ନୁହନ୍ତି।
ସୋସିଆଲ ମିଡିଆ ମାଧ୍ୟମରେ ଜୋ ବିଡେନ କହିଛନ୍ତି ଉପରାଷ୍ଟ୍ରପତି ପଦବୀ ପାଇଁ ମୁଁ କମଲା ହାରିସଙ୍କୁ ମନୋନୀତ କରିଛି। ଆମେରିକାରେ ଏବେ କୃଷ୍ନକାୟଙ୍କୁ ନେଇ ବିବାଦ ଜାରି ରହିଛି। ଏଭଳି ସ୍ଥିତିରେ ଡେମୋକ୍ରାଟିକ ଦଳ କମଲା ହାରିସଙ୍କୁ ପ୍ରାର୍ଥୀ କରି କୃଷ୍ନକାୟଙ୍କ ଭୋଟ୍ ନିଜ ଦଳ ଆଡ଼କୁ ଆଣିବାରେ ସହାୟକ ହେବ ବୋଲି ଆକଳନ କରାଯାଉଛି। ଯଦି ଏହା ନିର୍ବାଚନ ବେଳେ ହେବ ତା’ହେଲେ କମଲା ହାରିସ୍ ଗେମ୍ ଚେଞ୍ଜର ବୋଲି ସାବ୍ୟସ୍ତ ହେବେ।
ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ମନୋନୀତ ହେବା ପରେ କମଲା ହାରିସ୍ କହିଛନ୍ତି ଯେ ଜୋ ବିଡେନ ଆମେରିକାର ଲୋକଙ୍କୁ ଏକାଠି କରି ରଖି ପାରିବେ। ସେ ଦୀର୍ଘଦିନରୁ ଆମ ପାଇଁ ସଂଘର୍ଷ କରିଆସୁଛନ୍ତି। ଏହି ପଦବୀ ପାଇଁ ପ୍ରାର୍ଥୀ ହୋଇଥିବାରୁ ମୁଁ ଗର୍ବିତ, ମୁଁ ତାଙ୍କୁ ରାଷ୍ଟ୍ରପତି ଭାବରେ ପ୍ରାର୍ଥୀ କରିବା ପାଇଁ ସମସ୍ତ ଉଦ୍ୟମ କରିବି।
ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ କମଲା ହାରିସ୍ ନିର୍ବାଚିତ ହେବାପରେ ତାଙ୍କ ଭଉଣୀ ମାୟା ହାରିସ୍ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ‘ଯେତେବେଳେ ଓକ ଟାଉନର ଜଣେ ଝିଅ ତଥା ପ୍ରଥମ କୃଷ୍ଣକାୟ ମହିଳା ହୋଇ ପ୍ରମୁଖ ଦଳର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ହେଲା… ଭଉଣୀ, ତୁମ ପାଇଁ ଗର୍ବିତ।
ଏଥି ସହିତ ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ଲେଖିଛନ୍ତି ଯେ ଏହା ଏକ ବହୁତ ଭଲ ବିକଳ୍ପ! କମଲା ହାରିସ୍ ଜଣେ ସହଯୋଗୀ ବୋଲି ପ୍ରମାଣ କରିବେ ଏବଂ ଜୋ ବିଡେନଙ୍କ ଦଳକୁ ମଜବୁତ କରିବେ।
The post ଆମେରିକାର ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ଭାରତୀୟ ବଂଶୋଦ୍ଭବ ମହିଳା appeared first on Odisha Reporter.
from Odisha Reporter https://ift.tt/2DJRx1T
No comments:
Post a Comment