ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 12, 2020

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ

ରାୟପୁର: ଛତିଶଗଡ଼ର ନକ୍ସଲ ପ୍ରବଣ ସୁକମାରେ ଆଜି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳି ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି। ସେମାନଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ଆଜସ ସକାଳ ପ୍ରାୟ ୯.୩୦ରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ ହୋଇଥିଲା। ଏହି ସମୟରେ ଜାଗରଗୁଣ୍ଡା ଜଙ୍ଗଲରେ ଜିଆରଜି ଓ ସିଆରପିଏଫ ଯବାନଙ୍କ ସହ ନକ୍ସଲଙ୍କ ମୁହାଁମୁହିଁ ହୋଇଥିଲା। ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରେ ମାଓବଦୀମାନେ ଗୁଳି ଚଳାଇଥିଲେ।

ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟରେ ୪ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି। ମୃତ ମାଓବାଦୀଙ୍କ ଠାରୁ ଥ୍ରୀ ନଟ୍ ଥ୍ରୀ ସହ ୪ଟି ବନ୍ଧୁକ ଜବତ କରାଯାଇଛି। ଏନକାଉଣ୍ଟର ପରେ ଅଂଚଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି।

ଜଗରକୋଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ଶିବିର ଚାଲିଥିବବେଳେ ପୁଲିସ ସୂଚନା ପାଇ ଅପରେସନ ଚାଲିଥିବା ବେଳେ ଏହି ଏନକାଉଣ୍ଟର ଘଟିଥିବା ସୁକମା ଏସପି ସଲଭ ସିହ୍ନା ସୂଚନା ଦେଇଛନ୍ତି।

The post ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ appeared first on Odisha Reporter.



from Odisha Reporter https://ift.tt/3iB3vtE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages