ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଓଡ଼ିଆ ଆଥଲେଟ୍ ଦୂତୀ ଚାନ୍ଦଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି। ଦୂତିଙ୍କ ସହ ୨୬ଜଣ ଖେଳାଳିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଛନ୍ତି।
କରୋନା ସଂକ୍ରମଣ ଯୋଗୁ ଭିଡିଓ କନଫରେନ୍ସିଂରେ ପୁରସ୍କାର ଦିଆଯାଇଥିଲା। ଦୂତୀଙ୍କ ବ୍ୟତୀତ ତୀରନ୍ଦାଜ ଅତନୁ ଦାସ, ବନ୍ଧୁକ ଚାଳକ ମନୁ ଭାକର, ମହିଳା କ୍ରିକେଟର ଦୀପ୍ତି ଶର୍ମାଙ୍କୁ ବି ଅର୍ଜୁନ ପୁରସ୍କାର ଦିଆଯାଇଛି।
ପାରା ଆଥଲେଟ ମରିୟାପ୍ପାନ, ଟେବୁଲ ଟେନିସ୍ ଖେଳାଳି ମନିକା ବାତ୍ରା, ହକି ଖେଳାଳି ରାଣୀ ରାମପାଲଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଦିଆଯାଇଛି।
ଏଥିସହ ଜୀବନ ବ୍ୟାପୀ ଉକ୍ତୃଷ୍ଟ କୋଚିଂ ପାଇଁ ୮ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଦିଆଯାଇଛି।
ତେବେ ଆଇପିଏଲ୍ ଖେଳିବାକୁ ଯାଇଥିବା କ୍ରିକେଟ ଖେଳାଳି ରୋହିତ ଶର୍ମା ଓ କରୋନା ସଂକ୍ରମଣ ଯୋଗୁ କ୍ୱାରେଣ୍ଟାଇନ୍ରେ ଥିବା କୁସ୍ତି ଯୋଦ୍ଧା ଭିନେଶ ଫୋଗଟ୍ ଭିଡିଓ କନ୍ଫରେନ୍ସିଂରେ ଆୟୋଜିତ ଏହି ପୁରସ୍କାର ପ୍ରଦାନ ଉତ୍ସବରେ ଅନୁପସ୍ଥିତ ଥିଲେ। ଉଭୟଙ୍କୁ ଚଳିତ ବର୍ଷ ଖେଳ ରତ୍ନ ପୁରସ୍କାର ପାଇଁ ମନୋନୀତି କରାଯାଇଥିଲା। ଆଜି ସେମାନଙ୍କୁ ପୁରସ୍କାର ଦିଆଯିବାର ଥିଲା। ତେବେ ସେମାନେ ଅନୁପସ୍ଥିତ ଥିବାରୁ ପରବର୍ତ୍ତୀ ସମୟରେ ଉଭୟଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯିବ।
The post ଓଡ଼ିଆ ଆଥ୍ଲେଟ୍ ଦୂତୀ ଚାନ୍ଦ ଗ୍ରହଣ କଲେ ଅର୍ଜୁନ ପୁରସ୍କାର appeared first on Odisha Reporter.
from Odisha Reporter https://ift.tt/3jCE0bV
No comments:
Post a Comment