ସବୁ ସାଂସଦଙ୍କର ହେବ କରୋନା ଟେଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 29, 2020

ସବୁ ସାଂସଦଙ୍କର ହେବ କରୋନା ଟେଷ୍ଟ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ତେବେ ଅଧିବେଶନରେ ସାମିଲ ହେବାକୁ ଥିବା ସମସ୍ତ ସାଂସଦ, ମନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କ କରୋନା ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଅଧିବେଶନର ୭୨ ଘଣ୍ଟା ପୂର୍ବରୁ ହିଁ ଏହି ଟେଷ୍ଟ କରାଯିବ। ଏହାର ଅର୍ଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବି କରୋନା ଟେଷ୍ଟ କରାଯିବ।

ସାଂସଦଙ୍କ ବ୍ୟତୀତ ସେମାନଙ୍କର ବ୍ୟକ୍ତିଗତ କର୍ମଚାରୀ ଓ ଅଧିକାରୀମାନଙ୍କର ମଧ୍ୟ କରୋନା ଟେଷ୍ଟ କରିବାକୁ ନିଷ୍ପତ୍ତି ହୋଇଛି। ଟେଷ୍ଟ ପରେ ଯେଉଁମାନଙ୍କ ରିପୋର୍ଟ ନେଗେଟିଭ ଆସିବ, ସେମାନଙ୍କୁ ହିଁ ଗୃହରେ ପ୍ରବେଶ କରିବାକୁ ଅନୁମତି ମିଳିବ। ଚଳିତ ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବାର ସମ୍ଭାବନା ରହିଛି। ଏହା ଅକ୍ଟୋବର ୧ ଯାଏ ଚାଲିବ।

ଅଧିବେଶନ ପୂର୍ବରୁ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଅଧ୍ୟକ୍ଷତାରେ ଗୋଟିଏ ବୈଠକ ବସିଥିଲା। ଏଥିରେ ବରିଷ୍ଠ ଅଧିକାରୀଙ୍କ ସହ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବିଶେଷଜ୍ଞ, ଏମ୍‌ସ, ଆଇସିଏମଆର, ଡିଆରଡିଓ ଏବଂ ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ବୈଠକ ପରେ ବାଚସ୍ପତି ଓମ ବିର୍ଲା କହିଛନ୍ତି, ସମସ୍ତ ସଦସ୍ୟଙ୍କୁ କରୋନା ଟେଷ୍ଟ ପାଇଁ ପରାମର୍ଶ ଦିଆଯିବ। ସଂସଦର କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ। ଏଥିପାଇଁ ଗାଇଡଲାଇନ ଖୁବଶୀଘ୍ର ପ୍ରସ୍ତୁତ ହେବ। ଏହା ବ୍ୟତୀତ ଉଭୟ ରାଜ୍ୟସଭା ଓ ଲୋକସଭାରେ ମିଡିଆ ପ୍ରତିନିଧିଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ଯୋଜନା ହୋଇଛି।

ସଂସଦରେ ପ୍ରବେଶ କରିବାକୁ ଥିବା ମିଡିଆ ପ୍ରତିନିଧିମାନେ ଆରଟି-ପିସିଆର ଜରିଆରେ ସେମାନଙ୍କର କରୋନା ଟେଷ୍ଟ କରାଇବାକୁ ବାଧ୍ୟ। ଜିରୋ ଟଚ୍‌ ସୁରକ୍ଷା ଯାଞ୍ଚ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।

The post ସବୁ ସାଂସଦଙ୍କର ହେବ କରୋନା ଟେଷ୍ଟ appeared first on Odisha Reporter.



from Odisha Reporter https://ift.tt/2QClu6J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages