ଶ୍ରୀନଗର: ମନୋଜ ସିହ୍ନା ହେବେ ଜମ୍ମୁ-କାଶ୍ମୀରର ନୂଆ ଉପରାଜ୍ୟପାଳ। ଓଡ଼ିଶା ଜନ୍ମିତ ଗିରୀଶ ଚନ୍ଦ୍ର ମୁର୍ମୁ ବୁଧବାର ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ମନୋଜ ସିହ୍ନାଙ୍କୁ ମିଳିଛି ନୂଆ ଦାୟିତ୍ୱ। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି।
ଗିରୀଶ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ଦେଇଥିବା ବେଳେ ରାଷ୍ଟ୍ରପତି ତାହାକୁ ଗ୍ରହଣ କରିନେଇଛନ୍ତି। ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁଯାୟୀ, ଗିରୀଶ ଦେଶର ଆଗାମୀ ସିଏଜି ହୋଇପାରନ୍ତି। ଏବେ ଏହି ପଦବୀରେ ରାଜୀବ ମହର୍ଷି ଅଛନ୍ତି। ଖୁବ୍ କମ୍ ଦିନରେ ତାଙ୍କ କାର୍ଯ୍ୟକାଳ ସରିବାର ଅଛି।
ସୂଚନାଯୋଗ୍ୟ ଯେ, ଜମ୍ମୁ-କଶ୍ମୀର ପୁନର୍ଗଠନ ଆଇନ ୨୦୧୯ ଅଧୀନରେ ଜମ୍ମୁ-କଶ୍ମୀର ଏବଂ ଲଦାଖ ପୃଥକ ପୃଥକ କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ଗିରୀଶଙ୍କୁ ଉପ-ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା। ଗତ ବର୍ଷ ଅକ୍ଟୋବରରେ ସେ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଦାୟିତ୍ୱ ନେଇଥିଲେ।
ମୁର୍ମୁ ନିକଟରେ କହିଥିଲେ ଯେ, କେନ୍ଦ୍ର ଶାସିତ ଅଞ୍ଚଳରେ ସୀମା ପୁନଃ ନିର୍ଦ୍ଧାରଣ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ଶେଷ ହେବା ପରେ ହିଁ ନିର୍ବାଚନ ହେବ। ଏବେ ସୀମା ପୁଃନ ନିର୍ଦ୍ଧାରଣ କାର୍ଯ୍ୟ ଜାରି ରହିଛି। ଏହାର ପ୍ରତିକ୍ରିୟାରେ ଇସିଙ୍କ ପକ୍ଷରୁ କୁହାଯାଇଥିଲା ଯେ ନିର୍ବାଚନ କମିଶନକୁ ସମ୍ବିଧାନ ଅନୁସାରେ ଯେଉଁ ଦାୟିତ୍ୱ ଦିଆଯାଇଛି ବା କ୍ଷମତା ମିଳିଛି, ତା’କୁ ସମସ୍ତେ ସମ୍ମାନ କରିବା ଦରକାର। ତେଣୁ ଇସିଙ୍କ କାର୍ଯ୍ୟାଳୟ ବିନା ଆଉ କେହି ନିର୍ବାଚନ ପ୍ରକ୍ରିୟା ଉପରେ ଅଯଥା ହସ୍ତକ୍ଷେପ କରିବା ଠିକ ନୁହେଁ।
The post ମନୋଜ ସିହ୍ନା ଜମ୍ମୁ-କାଶ୍ମୀରର ନୂଆ ଉପରାଜ୍ୟପାଳ appeared first on Odisha Reporter.
from Odisha Reporter https://ift.tt/2C5Wl0M
No comments:
Post a Comment