କେମିତି ହେବ ଭବ୍ୟ ରାମ ମନ୍ଦିର, ସଂକ୍ଷେପରେ ଜାଣନ୍ତୁ ରୂପରେଖ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 5, 2020

କେମିତି ହେବ ଭବ୍ୟ ରାମ ମନ୍ଦିର, ସଂକ୍ଷେପରେ ଜାଣନ୍ତୁ ରୂପରେଖ

ଆଜି ରାମଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପାଇଁ ଭୂମି ପୂଜା ହେବା ସହ ଶିଳାନ୍ୟାସ ଶେଷ ହୋଇଛି। ଦୀର୍ଘ ୫୦୦ ବର୍ଷର ବିବାଦ ଓ ୭ ଦଶନ୍ଧିର ଅଦାଲତ ଲଢ଼େଇ ପରେ ହିନ୍ଦୁ ଧର୍ମର ବିଶ୍ୱାସ ଓ ଆସ୍ଥାର ପ୍ରତୀକ ରାମ ମନ୍ଦିର ନିର୍ମାଣ ପାଇଁ ବାଟ ଫିଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଭବ୍ୟ ମନ୍ଦିରର ଶିଳାନ୍ୟାସ କରିଛନ୍ତି। ଏଥିପାଇଁ ଅଯୋଧ୍ୟାରେ ହୋଇଛି ଭବ୍ୟ ଆୟୋଜନ। ତେବେ ଏହି ଭବ୍ୟ ରାମ ମନ୍ଦିର କିଭଳି ହେବ।

କେମିତି ରହିବ ଏହାର ରୂପରେଖ ନଜର ପକାନ୍ତୁ-

ସୋମନାଥ ମନ୍ଦିରର ନିର୍ମାତା ପ୍ରଭାଶଙ୍କର ସୋମପୁରାଙ୍କ ପୁଅ ଚନ୍ଦ୍ରକାନ୍ତ ସୋମପୁରା ପ୍ରାୟ ୩୦ ବର୍ଷ ପୂର୍ବେ ରାମ ମନ୍ଦିରର ରୂପରେଖ ଚିତ୍ରଣ କରିଥିଲେ। ଗତ ନଭେମ୍ବରରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଏହି ଡିଜାଇନରେ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ଏହାକୁ ପୁରୁଣା ଡିଜାଇନ୍ ତୁଳନାରେ ଅଧିକ ଭବ୍ୟ କରାଯାଇଛି।

ଅଯୋଧ୍ୟାର ବଂଶୀ ପାହାକରପୂର ବାଲିପଥରେ ପ୍ରାୟ ୩ ଏକର ଜମିରେ ନିର୍ମାଣ ହେବ ଭଗବାନ ରାମଙ୍କର ଭବ୍ୟ ମନ୍ଦିର। ଉତ୍ତର ଭାରତ ନଗାଡ଼ା ଶୈଳୀରେ ନିର୍ମିତ ହେବ ଏହି ମନ୍ଦିର, ଯାହାର ଲମ୍ବ ୨୬୮ ଫୁଟ୍, ଓସାର ୨୪୦ ଫୁଟ୍ ଓ ଉଚ୍ଚତା ୧୬୧ ଫୁଟ୍ ରହିବ। ୩ ମହଲା ବିଶିଷ୍ଟ ହେବ ମନ୍ଦିର। ତଳ ମହଲାରେ ଭଗବାନ ରାମଙ୍କ ଆସ୍ଥାନ ରହିବ।

ପ୍ରଥମ ମହଲାରେ ଭଗବାନ ରାମ-ଲକ୍ଷ୍ମଣ-ସୀତା ଓ ହନୁମାନଙ୍କ ପ୍ରତିମୂର୍ତ୍ତି ରହିବ। ଦ୍ୱିତୀୟ ମହଲାରେ ଭକ୍ତଙ୍କ ପ୍ରବେଶ ନିଷିଦ୍ଧ ରହିବ। ଦର୍ଶନ ପାଇଁ ୩ଟି ମଣ୍ଡପ ମଧ୍ୟ ରହିବ। ମନ୍ଦିରରେ ପାଞ୍ଚଟି ଗମ୍ବୁଜ ଓ ୩ଟି ମହଲାରେ ମୋଟ୍ ୩୧୮ଟି ସ୍ତମ୍ଭ ରହିବ। ପ୍ରତି ମହଲାରେ ୧୦୬ ଲେଖାଏ ସ୍ତମ୍ଭ ସ୍ଥାପନ କରାଯିବ। ପ୍ରତି ସ୍ତମ୍ଭରେ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ଖୋଦିତ ହେବ।

ମନ୍ଦିରରେ ମୋଟ ୨୪ଟି ଦ୍ୱାର ରହିବ। ମନ୍ଦିରକୁ ପ୍ରବେଶ ଲାଗି ୧୦ ଫୁଟ ଓସାରର ୪ଟି ପ୍ରବେଶ ପଥ  ତିଆରି କରାଯିବ। ପ୍ରଥମେ ଭୂମିରୁ ୨୫ ଫୁଟ ଉଚ୍ଚ ଫାଉଣ୍ଡେଶନ ଷ୍ଟୋନ୍ ରହିବ। ଏହାପରେ ୬ ଫୁଟ ଉଚ୍ଚ ପଥର ନିର୍ମିତ ପ୍ରାଙ୍ଗଣ ରହିବ। ପରେ ପ୍ରଥମେ ରହିବ ସିଂହ ଦ୍ୱାର, ଏହାପରେ ନାଟମଣ୍ଡପ ପରେ ରଙ୍ଗମଣ୍ଡପ ଓ ଶେଷରେ ରହିବ ପ୍ରଭୁଙ୍କ ଗର୍ଭଗୃହ।

ଏହି ଗର୍ଭଗୃହ ଅଷ୍ଟଭୁଜକ୍ଷେତ୍ର ବିଶିଷ୍ଟ ହେବ। ଏହା ଭିତରେ ରାମଲାଲାଙ୍କ ଭବ୍ୟ ମୂର୍ତ୍ତି ରହିବ। ଗର୍ଭଗୃହ ଚାରିପଟେ ପରିକ୍ରମା ଲାଗି ପ୍ରାଙ୍ଗଣ ରହିବ। ଦିନକୁ ୮୦ ହଜାରରୁ ଏକ ଲକ୍ଷ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଉଛି। ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ।

ମନ୍ଦିର ନିର୍ମାଣରେ କୌଣସି ପ୍ରକାରର ଲୁହା ବ୍ୟହାର ହେବ ନାହିଁ। କର ସେବକଙ୍କ ଦ୍ୱାରା ସଂଗୃହିତ ଇଟାରେ ମନ୍ଦିର ନିର୍ମାଣ କରାଯିବ। ପଥର ଖମ୍ବ ଉପରେ ରହିବ ମନ୍ଦିର। ମନ୍ଦିରର ଚାରିପଟେ ଆଉ ୪ଟି ମନ୍ଦିର ସ୍ଥାପନ ହେବ। ଯେଉଁଥିରେ ଭରତ, ଲକ୍ଷ୍ମଣ, ସୀତା ଓ ଗଣେଶଙ୍କ ପ୍ରତିମୂର୍ତ୍ତି ରହିବ। ଏହାବ୍ୟତୀତ ମନ୍ଦିର ପରିସର ଭିତରେ ଯଜ୍ଞଶାଳା, ଜଳ କୁଣ୍ଡ, ୩୬୦ ଡିଗ୍ରୀ ଥିଏଟର୍, ମ୍ୟୁଜିୟମ, ଲାଇବ୍ରେରୀ ରିସର୍ଚ ସେଣ୍ଚର, ଓରିଏଣ୍ଟେସନ ଗ୍ୟାଲେରୀ ପ୍ରଭୃତି ମଧ୍ୟ ରହିବ।

ପାଖାପାଖି ୨ ଶହ କାରିଗର ନିର୍ମାଣ କାମରେ ଲାଗିବେ। ପ୍ରାୟ ସାଢ଼େ ୩ ବର୍ଷ ମଧ୍ୟରେ ମନ୍ଦିର ନିର୍ମାଣ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

The post କେମିତି ହେବ ଭବ୍ୟ ରାମ ମନ୍ଦିର, ସଂକ୍ଷେପରେ ଜାଣନ୍ତୁ ରୂପରେଖ appeared first on Odisha Reporter.



from Odisha Reporter https://ift.tt/3kfwFQD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages